ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩ା୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ଼-୧୯ ମହାମାରୀ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ୧୯୯୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହି ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି। ଏବେ ମଧ୍ୟ ତାଙ୍କୁ କରୋନା ସମ୍ବନ୍ଧୀୟ ମାମଲାର ତଦାରଖ ସହ ଅନ୍ୟ କେତେକ ଗୁରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Share