ଏହି ଦିନ ପ୍ରେକ୍ଷାଳୟକୁ ଆସିବ ବିଗ୍‌-ବି’ଙ୍କ ଫିଲ୍ମ ‘ଝୁଣ୍ଡ’

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। କୋଭିଡ-୧୯ ହେତୁ ଫିଲ୍ମ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖକୁ ସ୍ଥଗିତ ରଖିଥିଲେ। ନିକଟରେ ଅମିତାଭ୍‌ ବଚ୍ଚନ ଫିଲ୍ମର ନୂଆ ପୋଷ୍ଟର ଶେୟାର କରି କହିଛନ୍ତି, ‘ଏହି ଗ୍ରୁପ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ରୁହନ୍ତୁ, ଖୁବ୍‌ଶୀଘ୍ର ଆପଣଙ୍କ ନିକଟତମ ସିନେମା ହଲରେ ରିଲିଜ୍‌ ହେବ। ଝୁଣ୍ଡର କାହାଣୀ ‘ସ୍ଲମ ସକର୍‌ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଏବଂ ପ୍ରଶିକ୍ଷକ ବିଜୟ ବରସେଙ୍କ କାହାଣୀ ଉପରେ ଆଧାରିତ। ତେବେ ଅମିତାଭ୍‌ ବିଜୟ ବରସେଙ୍କ ଭୂମିକାରେ ନଜର ଆସିବେ।

Share