ଅମିତାଭଙ୍କ ଫିଟ୍‌ନେସ୍‌ର ରାଜ୍‌

ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେଲିବ୍ରିଟିମାନଙ୍କ ପାଇଁ ଫିଟ ରହିବା ଏକ ବଡ଼ ଆହ୍ବାନ। ଏଥିପାଇଁ ସେମାନଙ୍କୁ ନିଜ ପ୍ରିୟ ଖାଦ୍ୟ ତ୍ୟାଗ କରିବାକୁ ପଡେ। ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନିଜକୁ ଫିଟ୍‌ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି। ଏହି କାରଣରୁ ସେ ୮୦ ବର୍ଷ ବୟସରେ ମଧ୍ୟ ଫିଟ୍‌ ରହିଛନ୍ତି। ଜାଣନ୍ତୁ ତାଙ୍କ ଅମିତାଭଙ୍କ ଫିଟ୍‌ନେସ୍‌ର ରାଜ୍‌।
ଅମିତାଭ ଅମିତାଭ ସାଧା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଏବଂ ବୋଧହୁଏ ଏହା ମଧ୍ୟ ତାଙ୍କର ଉତ୍ତମ ସ୍ବାସ୍ଥ୍ୟର ରହସ୍ୟ। ତାଙ୍କ ଖାଦ୍ୟରେ ଡାଲି, ପନିପରିବା ଏବଂ ରୁଟି ସାମିଲ ଥାଏ। ୨୦୦୦ ମସିହା ପୂର୍ବରୁ ସେ ଆମିଷ ଖାଉଥିଲେ। ଏହାପରଠାରୁ ଅମିଷ ଛାଡି ସେ ସାଧା ଖାଉଛନ୍ତି। ସକାଳୁ ଉଠି ଅମିତାଭ ନଡିଆ ପାଣି, ଆମଲା ଜୁସ୍‌ ପିଇବାକୁ ଭଲ ପାଆନ୍ତି। ସେ ଚା’ କିମ୍ବା କଫି ଆଦୌ ପିଅନ୍ତି ନାହିଁ।
ଅମିତାଭ ବଚ୍ଚନ ପ୍ରତିଦିନ ମର୍ନିଂ ଓ୍ବାକ୍‌ ବୁଲିବାକୁ ଯାଆନ୍ତି। ସେ ଦିନକୁ ଅତି କମରେ ୨୦ ମିନିଟ ଚାଲନ୍ତି। ଏହା ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ।

Share