ଓପିସିସି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ହେଲେ ଅମିୟ ପାଣ୍ଡବ

ଭୁବନେଶ୍ୱର, ୨୨।୧୨(ସୁନିତ୍‌ ମିଶ୍ର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ବିଶିଷ୍ଟ ସାହିତି୍ୟକ ଅମିୟ ପାଣ୍ଡବଙ୍କୁ ଓପିସିସିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଯୁକ୍ତି ପ୍ରଦାନ କରିଛନ୍ତି। ଗୁରୁବାର ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳ ଏହା ଘୋଷଣା କରିଛନ୍ତି। ସେହିପରି ମନୀଷାଦାସ ପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଓ ଆନସ ପ୍ରଧାନଙ୍କୁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି।

Share