ଆର.ଉଦୟଗିରି,୬ା୬(ଡି.ଏନ.ଏ.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆର.ଉଦୟଗିରି ଶାଖା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଆର.ଉଦୟଗିରି ଶାଖାର ବିଭିନ୍ନ ବିଭାଗ ଯଥା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସମନ୍ବିତ ଶିଶୁ ବିକାଶ ବିଭାଗ, ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟର ଅମଲାମାନେ ସମୁହ ଛୁଟି ନେଇ ୬ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ଜିଲାସ୍ତରୀୟ କନିଷ୍ଠ ସହାୟକଙ୍କ ବେତନ ବୃଦ୍ଧି ଓ ଗ୍ରେଡ ପେ ୧୯୦୦ ରୁ ୪୨୦୦ ବୃଦ୍ଧି ଦାବି ପୂରଣ ନହେବା ଯାଏ ସେମାନେ ଧାରଣାରେ ବସି ରହିବେ ବୋଲି ଶାଖା ପକ୍ଷରୁ କୁହାଯାଇଛି।