Categories: ଜାତୀୟ

ଝାଝରରେ ଆମୋନିଆ ଗ୍ୟାସ ଲିକ, ନିଶ୍ୱାସ ନେବାରେ ହେଉଛି ଅସୁବିଧା, ଅଧିକାଂଶ ଲୋକେ ହସ୍ପିଟାଲରେ ଭର୍ତ୍ତି

ଝାଝର,୨୯ ।୪: ହରିୟାଣାର ଝାଝରରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏକ ବଡ ଅଘଟଣ ଘଟି ଯାଇଛି । ଏଠାରେ ଥିବା ବେରି ଗେଟ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ସିଲିଣ୍ଡରରେ ଲାଗିଥିବା ପାଇପରୁ ଗ୍ୟାସ ଲିକ ହେବା ଫଳରେ ଅସୁବିଧା ସୃଷ୍ଟି ହୋଇଛି । ଲୋକେ ଭୟଭିତ ହୋଇଯାଇଛନ୍ତି । ଗ୍ୟାସ ଲିକ ହେବା ପରେ କେତେକ ଲୋକେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହ ବାନ୍ତି ହୋଇଛି । ଏହାପରେ କେତେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୁରନ୍ତ ଫ୍ୟାକ୍ଟ୍ରିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫ୍ୟାକ୍ଟ୍ରି ଆଖପାଖର ଅଞ୍ଚଳକୁ ଖାଲି କରାଯାଇଛି । ଲୋକମାନଙ୍କୁ କିଛି ଦୂରକୁ ଚାଲିଯିବାକୁ କୁହାଯିବା ସହ ନିକଟସ୍ଥ ଦୋକାନ ବଜାରକୁ ବି ବନ୍ଦ କରି ଦିଆଯାଇଛି । ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘଟଣାସ୍ଥଳରେ ୩-୪ଟି ଦମକଳ ଗାଡି ଓ ୨ଟି ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ ଉଦ୍ଧାର ସମୟରେ ୨ ଦମକଳ କର୍ମଚାରୀ ଗୁରୁତର ହୋଇପଡିଥିବା କୁହାଯାଉଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share