କ୍ୱିଭ୍,୨୧।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧର ଆଜି ୨୬ତମ ଦିନ। ରୁଷିଆ ୟୁକ୍ରେନ ରାଜଧାନୀ କ୍ୱିଭ୍ ଦଖଲ ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛି। କିନ୍ତୁ ୟୁକ୍ରେନରୁ ଆତ୍ମସମର୍ପଣ କରିବାକୁ ଆଦୌ ଚାହୁଁନାହିଁ। ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତିି,ସେ ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଯଦି ଏହି ଆଲୋଚନା ବିଫଳ ହୁଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ସୋମବାର ୟୁକ୍ରେନ ଦ୍ୱାରା ଏକ ଏୟାର ଷ୍ଟ୍ରାଇକରେ ସୁମି କେମିକାଲ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ ହୋଇଥିଲା। ସୁମି ଓବ୍ଲାଷ୍ଟ ଗଭର୍ଣ୍ଣର ଡିମିଟ୍ରୋ ଜିଭେଟସ୍କି କହିଛନ୍ତି, ସ୍ଥାନୀୟ ସମୟ ଭୋର ୪.୩୦ଟାରେ ସୁମିଖିନପ୍ରୋମ ରାସାୟନିକ କାରଖାନାରୁ ଆମୋନିଆା ଲିକ ହୋଇଛି। ଏହା ଦ୍ୱାରା ୨.୫ କିଲୋମିଟର ଅଞ୍ଚଳ ପ୍ରଭାବିତ ହୋଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଭୂତଳ ଅଣ୍ଡରଗ୍ରାଉଣ୍ଡ ହେବାକୁ ପରାମର୍ଶ ଦିଆଯାଇଛି।