ପିପିଏଲ୍‌ ପରିସରରେ ଆମୋନିଆ ସମ୍ପର୍କିତ ମକ୍‌ ଡ୍ରିଲ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ଼ (ପିପିଏଲ) କାରଖାନା ପରିସରରେ ବୁଧବାର ଆମୋନିଆ ଗ୍ୟାସ ନିର୍ଗମନ ଓ ତା’ର ପ୍ରତିକାର ସମ୍ପର୍କିତ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। କାରଖାନା ଓ ବାଷ୍ଫିତ ବିଭାଗରେ ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ମକ୍‌ଡ୍ରିଲର ଏନ୍‌ଡିଆର୍‌ଏଫ୍‌, ପାରାଦୀପ ବନ୍ଦର, ଅଗ୍ନିଶମ ବିଭାଗ, କୋଷ୍ଟଗାର୍ଡ, ଡକସେଫ୍ଟି, ଇଫ୍‌କୋ, ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଏସାର ପାୱାର, ଏଏମ୍‌ଏନ୍‌ଏସ୍‌, ଆଦାନୀ ୱିଲମାର, କମ୍ପାନୀର ସେଫ୍ଟି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆମୋନିଆ ନିର୍ଗତ ସମୟରେ କିପରି ପ୍ରତିକାର ବ୍ୟବସ୍ଥା କରାଯିବ ସେ ସମ୍ପର୍କିତ କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମ ସଫଳ ଅନୁଷ୍ଠିତ ହୋଇଥିବାରୁ ପିପିଏଲ ମୁଖ୍ୟ ପ୍ରଣବ ଭଟ୍ଟାଚ୍ଚାର୍ଯ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମକୁ ପିପିଏଲ ସେଫ୍ଟି ଅଧିକାରୀ ନିହାରକାନ୍ତି ରାଉତ ପରିଚାଳନା କରିଥିଲେ।

Share