Categories: ବାଣିଜ୍ୟ

ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ସହ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ବୁଝାମଣା

ଭୁବନେଶ୍ୱର,୨୧।୬: (ଅଭୟ ଦାଶ): ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ (ଏଏମ୍‌-ଏନ୍‌ଏସ୍‌) ଇଣ୍ଡିଆର ଓଡ଼ିଶା ୟୁନିଟ୍‌ ଏବଂ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସିଏସଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ନିମ୍ନମାନର ଲୁହାପଥର ଓ ଲୁହାପଥର ପେଲେଟ୍‌ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶର ସହଯୋଗକୁ ପ୍ରୋସତ୍ାହିତ କରିବା ପାଇଁ ଉକ୍ତ ଏମ୍‌ଓୟୁ ସ୍ବାକ୍ଷାରିତ ହୋଇଥିବା ଜଣାପଡିଛି। ଏପରିକି ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଆସେଟସ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍‌-ଆଇଏମ୍‌ଏମ୍‌ଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ ବିକାଶର ମୁଖ୍ୟ ବୈଜ୍ଞାନିକ ଡ. ଅଶୋକ ସାହୁଙ୍କ ଦ୍ୱାରା ଉକ୍ତ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ.ରାମାନୁଜ ନାରାୟଣ, ବୈଜ୍ଞାନିକ ଏଚ୍‌ ଏବଂ ଟିକେଡିଏଲ୍‌ ସିଏସ୍‌ଆଇଆର୍‌ ମୁଖ୍ୟ ଡ. ବିଶ୍ୱଜାନାନୀ, ନୂଆଦିଲ୍ଳୀ ବୈଜ୍ଞାନିକ ଏବଂ ସିଏସଆଇଆର୍‌-ଆଇଏମ୍‌ଏମ୍‌ଟି ଏବଂ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ପାରାଦୀପ ୟୁନିଟ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସିଏସଆଇଆର୍‌-ଆଇଏମ୍‌ଏମ୍‌ଟି ଏମ୍‌ଡିର ପ୍ରମୁଖ ବୈଜ୍ଞାନିକ ସଚ୍ଚିଦାନନ୍ଦ ସାହୁ ଓ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଗବେଷଣା ଓ ବିକାଶ ଉପପ୍ରବନ୍ଧକ ସୌମ୍ୟ ସାହୁ ସଂଯୋଜନା କରିଥିଲେ।

Share