Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଡିଜିଟାଲ ସ୍କିଲ୍‌ ସେଣ୍ଟର

ଭୁବନେଶ୍ୱର,୨୪।୧: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଡିଜିଟାଲ ସ୍କିଲ୍‌ ସେଣ୍ଟରର ଶୁଭାରମ୍ଭ (ଉଦ୍‌ଘାଟନ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍‌ପି) ଟି.ଏସ୍‌.ଶାନଭୋଗ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ନିୟୋଜନ କାର୍ଯ୍ୟାଳୟର ପ୍ରତିନିଧି ଅରୁଣ କୁମାର ପଣ୍ଡା, ଡାବୁନା ପ୍ଲାଣ୍ଟ ହେଡ୍‌ ଜୟବଦ୍ଧନ ପାରୋହା, ଟେଲିଙ୍ଗ ଡ୍ୟାମ ପ୍ରୋଜେକ୍ଟ ହେଡ୍‌ ଶୈଳେନ୍ଦ୍ର ଶାହାଙ୍କ ସମେତ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର ହେଡ୍‌ ଡ.ବିକାଶ ଯାଦଭେନ୍ଦୁ ଏବଂ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଏଚ୍‌ଆର୍‌ ହେଡ୍‌ ଓଡ଼ିଶା ସୁନୀଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍‌ପି) ଟି.ଏସ୍‌ . ଶାନ୍‌ଭୋଗ୍‌ କହିଥିଲେ, ଛାତ୍ରୀଛାତ୍ରମାନେ ଏହା ଜରିଆରେ ଉନ୍ନତ କର୍ମସଂସ୍ଥାନର ସୁଯୋଗ ନେବା ସହ ସେମାନଙ୍କର ଭବିଷ୍ୟତ ଗଠନ କରିବା ଉଚିତ। ଅପରପକ୍ଷରେ ଛାତ୍ରୀଛାତ୍ରମାନେ ଆବଶ୍ୟକ କୌଶଳ ଓ ଜ୍ଞାନର ଅଭିବୃଦ୍ଧି ଘଟାଇବା ଉପରେ ପଣ୍ଡା ଗୁରୁତ୍ୱାରୋପ କରିଥିଲେ।
ସେହିଭଳି ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲାର ଆଖପାଖ ଗ୍ରାମଗୁଡ଼ିକରୁ ୨୦୦ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯିବ। ଏପରିକି ଶିାନବିସମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବ ସହିତ ୪୪୦ଘଣ୍ଟା ପାଇଁ ତାଲିମ କାର୍ଯ୍ୟରେ ସାମିଲ କରାଯିବ। ବିଶେଷକରି ଡୋମେଷ୍ଟିକ୍‌ ଡାଟା ଏଣ୍ଟ୍ରି ଅପରେଟର ଏବଂ ଡୋମେଷ୍ଟିକ୍‌ ଆଇଟି ହେଲ୍ସଡେସ୍କ ଆଟେଣ୍ଡାଣ୍ଟ କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କୁ ତାଲିମ ଦିଆଯିବ। ସେହିପରି ତାଲିମ ଶେଷ ପରେ ଶିକ୍ଷାନବିସମାନଙ୍କୁ ସେକ୍ଟର ସ୍କିଲ୍‌ କାଉନ୍‌ସିଲ ତାଲିକାଭୁକ୍ତ ସଂସ୍ଥା (ଏଜେନ୍ସି)ଗୁଡ଼ିକ ଆବଶ୍ୟକ ସହାୟତା ଯୋଗାଇଦେବେ ଏବଂ କର୍ମସଂସ୍ଥାନ ସୁଯୋଗ ପ୍ରଦାନ ସହ ତାଲିମ ସମାପ୍ତି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

Share