Categories: ଜାତୀୟ

୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ସରେ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବାଙ୍ଗାଲୋର ଶ୍ରେଷ୍ଠ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି। ସାଇଟେଶନ ପର୍‌ ଫାକଲ୍ଟି (ସିପିଏଫ୍‌) ମେଟ୍ରିକ୍‌ରେ ଏହା ୧୦୦ରୁ ୧୦୦ ନମ୍ବର ରଖିଛି। ଆଇଆଇଟି, ଗୁଆହାଟୀ ୪୧ତମ ସ୍ଥାନରେ ରହିଛି। ଭାରତର ଶୀର୍ଷ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନ ଆଇଆଇଟି ବମ୍ବେ ଉକ୍ତ ତାଲିକାରେ ୧୭୭ତମ ସ୍ଥାନରେ ରହିଛି। ଗତବର୍ଷ ଉକ୍ତ ଶିକ୍ଷାନୁଷ୍ଠାନ ୧୭୨ତମ ସ୍‌ଥାନରେ ରହିଥିଲା। ସେହିପରି ଆଇଆଇଟି, ଦିଲ୍ଲୀ ଏଥର ୧୯୩ ର଼୍ୟାଙ୍କରେ ରହିଛି, ଯାହା କି ଗତବର୍ଷ ୧୮୫ତମ ସ୍ଥାନରେ ଆସିଥିଲା। ଆଇଆଇଟି, ମାଡ୍ରାସ ୨୦ ସ୍ଥାନ ଉପରକୁ ଉଠି ୨୫୫ ନମ୍ବରରେ ରହିଥିବାବେଳେ ଆଇଆଇଟ,ି ଖଡ଼ଗପୁର ୨୮୦ ର଼୍ୟାଙ୍କରେ ରହିଛି।

Share