Categories: ଜାତୀୟ

ଅମ୍ଫନ ରିଲିଫ୍‌ ପାଣ୍ଠି ଆତ୍ମସାତ୍‌ କରିଛି ଟିଏମ୍‌ସି: ଶାହା

ଗୋସାବା,୨୪ା୩: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଅମ୍ଫନ ରିଲିଫ୍‌ ପାଣ୍ଠିକୁ ଆତ୍ମସାତ୍‌‌ କରିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଗୋସାବାରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ସାମୁଦ୍ରିକ ଝଡ଼ ଅମ୍ଫନରେ ସୁରନ୍ଦରବନ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ଦେଇଥିବା ରିଲିଫ୍‌ ଅର୍ଥକୁ ଟିଏମ୍‌ସି ଆତ୍ମସାତ୍‌ କରିଛି। ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଏହାର ତଦନ୍ତ ପାଇଁ କମିଟି ଗଠନ କରାଯିବ। କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ରିଲିଫ୍‌ ପାଇଁ ପଠାଇଛନ୍ତି। ଆପଣମାନେ ଟଙ୍କାଟିଏ ହେଲେ ପାଇଛନ୍ତି କି ବୋଲି ଶାହା ପ୍ରଶ୍ନ କରିଛନ୍ତି। ପୁତୁରା(ଅଭିଷେକ ବାନାର୍ଜୀ) ଓ କମ୍ପାନୀ ଏହି ଅର୍ଥ ହଡ଼ପ କରିଥିବା ଶାହା ସମାଲୋଚନା କରିଛନ୍ତି।

Share