ଆମରେଲି ଜିଲା ଅତ୍ୟଧିକ ଭୂକମ୍ପ ପ୍ରବଣ: ୨ ବର୍ଷରେ ୪୦୦ ଥର ଭୂକମ୍ପ, ଭୟରେ ଲୋକେ ଘର ବାହାରେ ଶୋଉଛନ୍ତି…

ଗାନ୍ଧିନଗର,୨୬।୨ : ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପରେ ସାମାନ୍ୟ କମ୍ପନ ମଧ୍ୟ ସେମାନଙ୍କୁ ଭୟଭୀତ କରୁଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବୈାନିକମାନେ କହିଛନ୍ତି ଯେ ଗୁଜରାଟର ଆମରେଲି ଜିଲା ହେଉଛି ଦେଶର ସର୍ବାଧିକ ଭୂକମ୍ପ ପ୍ରବଣ ଅଞ୍ଚଳ। ଗତ ଦୁଇ ବର୍ଷ ମଧ୍ୟରେ ଏଠାରେ ୪୦୦ ଭୂକମ୍ପ ଅନୁଭୂତ ହୋଇଛି।

ତେବେ ଏସମସ୍ତ କମ୍ପନ ସାମାନ୍ୟ ଥିଲା। ଏହି କମ୍ପନଗୁଡିକ ସାଧାରଣତଃ ସ୍ବଳ୍ପ ସମୟର, କିନ୍ତୁ ଦିନ, ସପ୍ତାହ କିମ୍ବା ବେଳେବେଳେ ମାସ ପର୍ଯ୍ୟନ୍ତ ଜାରି ରହିପାରେ ଏବଂ ପ୍ରାୟତଃ ସମାନ ସ୍ଥାନରେ ପୁନରାବୃତ୍ତି ହୁଏ ବୋଲି ଗାନ୍ଧିନଗର ଭିତ୍ତିକ ଇନଷ୍ଟିଚ୍ୟୁଟ ଅଫ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର) ର କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ସୁମେର ଚୋପ୍ରା କହିଛନ୍ତି।

ଯେତେବେଳେ ବାରମ୍ବାର ଭୂକମ୍ପ ହୁଏ, ସେତେବେଳେ କମ୍ପନ ସାମାନ୍ୟ ହୋଇଥାଏ। ସେ କହିଛନ୍ତି ଯେ ୪୦୦ ଭୂକମ୍ପ ମଧ୍ୟରୁ ୮୬ ପ୍ରତିଶତର ତୀବ୍ରତା ରିକ୍ଟର ସ୍କେଲରେ ୨ ପ୍ରତିଶତରୁ କମ ଥିବାବେଳେ ୧୩ ପ୍ରତିଶତର ତୀବ୍ରତା ୨ରୁ ୩ ମଧ୍ୟରେ ଥିଲା। କେବଳ ୫ଟି ଭୂକମ୍ପ ଏପରି ଥିଲା, ଯାହାର ତୀବ୍ରତା ୩ ଉପରେ କଲା। ସେ କହିଛନ୍ତି, ଅନେକ ଭୂମିକମ୍ପ ଏପରି ଥିଲା ଯେ ଲୋକମାନେ ତାହାକୁ ଅନୁଭବ ମଧ୍ୟ କରି ପାରି ନାହାନ୍ତି। ଯେତେବେଳେ କ୍ରମାଗତ ଭାବରେ ଭୂକମ୍ପ ହୁଏ, ସେତେବେଳେ ଏକ ବଡ଼ ଭୂକମ୍ପ ହେବାର ସମ୍ଭାବନା ସାମାନ୍ୟ ରହିଥାଏ ବୋଲି ସେ କହିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଗୁଜରାଟର ଆମରେଲି ଜିଲା ସମେତ ସୌରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଭୂକମ୍ପ ଜୋନ ୩ ରେ ରହିଛି। ଯାହା ମଧ୍ୟମ କ୍ଷତି ବିପଦ କ୍ଷେତ୍ର ଭାବରେ ବର୍ଗୀକୃତ ହୋଇଛି। ସେ କହିଛନ୍ତି ଯେ ଆମରେଲିରେ ଫଲ୍ଟ ଲାଇନ ୧୦ କିଲୋମିଟର ହୋଇଥିବାବେଳେ ଏକ ବଡ଼ ଭୂକମ୍ପ ପାଇଁ ଫଲ୍ଟ ଲାଇନ ୬୦ ରୁ ୭୦ କିଲୋମିଟରରୁ ଅଧିକ ହେବା ଉଚିତ। ଆମରେଲିରେ ବାରମ୍ବାର ଭୂକମ୍ପ ଟେକ୍ଟୋନିକ ସେଟଅପ ଏବଂ ହାଇଡ୍ରୋଲୋଜିକାଲ ଲୋଡିଂ କାରଣରୁ ହୋଇଥାଏ ବୋଲି ସେ କହିଛନ୍ତି।

ଆମରେଲିର ମିତିଆଲା ଗ୍ରାମ ସର୍ବାଧିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ। ଏହି ୪୦୦ଭୂକମ୍ପ ମଧ୍ୟରୁ ଅନେକ ଏଠାରେ ଅନୁଭୂତ ହୋଇଛି। ଏଭଳି ପରିସ୍ଥିତିରେ, ସତର୍କତା ଭାବରେ ଲୋକମାନେ ନିଜ ଘର ବାହାରେ ଶୋଇବା ଆରମ୍ଭ କରିଛନ୍ତି। ଯାହା ଦ୍ୱାରା କୌଣସି ବଡ଼ ଭୂକମ୍ପ ହେଲେ ସେମାନେ ରକ୍ଷା ପାଇପାରିବେ। ଫେବୃଆରୀ ୨୩ ରେ ଆମରେଲିର ସାବରକୁଣ୍ଡଲା ଏବଂ ଖମ୍ବା ତାଲୁକାରେ ୩.୧ ରୁ ୩.୪ ତୀବ୍ରତାଯୁକ୍ତ ୪ଟି କମ୍ପନ ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri