ବ୍ରହ୍ମପୁରରେ ଅମୃତ ଭାରତ ଟ୍ରେନକୁ ସ୍ବାଗତ

ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ରବିବାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନଂ ପ୍ଲାଟଫର୍ମରେ ରବିବାର ଅମୃତ ଭାରତ ଟ୍ରେନଟି ପହଞ୍ଚିଥିଲା। ସେଠାରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଏଡିଆରଏମ ଶୁଭ୍ରଜିତ ମଣ୍ଡଳ ଓ ଷ୍ଟେଶନ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ସମେତ ଷ୍ଟେଶନର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଉକ୍ତ ଟ୍ରେନକୁ ସ୍ବାଗତ କରିଥିଲେ।

ଭାରତର ଅଧିକାଂଶ ଲୋକ ରେଳବାଇ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଅମୃତ ଭାରତ ଟ୍ରେନରେ ଅତ୍ୟାଧୁନିକ ସମସ୍ତ ସୁବିଧା ଥିବାରୁ ଯାତ୍ରୀମାନେ ଉପକୃତ ହେବେ ବୋଲି ଏମ୍‌ପି କହିଥିଲେ। ଏଥିସହ ବ୍ରହ୍ମପୁର ଦେଇ ଏହି ଟ୍ରେନ ଯିବା ଫଳରେ ବ୍ରହ୍ମପୁରବାସୀ ଲଭବାନ ହେବେ ବୋଲି ସେ କହିଛନ୍ତି।

Share