ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍ ପୂର୍ବ ପରି ରହିଛି। ସ୍ବାଧୀନତାର ଅମୃତ ମହୋତ୍ସବ ବଜେଟ୍ ନେଇ ସାଧାରଣ ଲୋକ ନିରାଶ ହୋଇଛନ୍ତି। କର୍ପୋରେଟ ଟିକସକୁ ୧୮ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରାଯାଇଛି।
କରୋନା ମହାମାରୀରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ହୋଇ ପଡ଼ିଥିବାବେଳେ ସରକାରଙ୍କ ବଜେଟ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଆଶା ଥିଲା ତାହା ଶେଷରେ ନିରାଶରେ ପରିଣତ ହୋଇଛି।