ମୁହଁ ଲୁଚାଇଲେ ଅମୃତା, ସାଙ୍ଗରେ ଥିଲେ ଅଖତର

ମୁମ୍ବାଇ: କରୀନା କପୁର ଏବଂ ଅମୃତା ଆରୋରାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। କରୀନା ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଅମ୍ମୁ (ଅମୃତା) ତାଙ୍କ ସହ କେତେ ନିକଟତର ଏବଂ ସେମାନଙ୍କର ବନ୍ଧୁତା ବହୁ ପୁରୁଣା। ଗତ ମଙ୍ଗଳବାର ଅମୃତା ତାଙ୍କର ୪୫ ତମ ଜନ୍ମଦିନ ଥିଲା। କରୀନା ପୁଣି ଥରେ ନିଜ ଘରେ ତାଙ୍କର ତାଙ୍କ ବାନ୍ଧବୀଙ୍କ ପାଇଁ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ।

ଏହି ପାର୍ଟିରେ ଅମୃତାଙ୍କ ବଡ଼ ଭଉଣୀ ମଲାଇକା ଆରୋରା, ତାଙ୍କ ପ୍ରେମିକ ଅର୍ଜୁନ କପୁର, ଫର୍‌ହାନ ଅଖତର, ଶିବାନୀ ଦଣ୍ଡେକର, କରିସ୍ମା କପୁରଙ୍କ ସମେତ ଅନେକ ଷ୍ଟାର ଯୋଗ ଦେଇଥିଲେ। କିନ୍ତୁ ପାର୍ଟି ଶେଷରେ ଅମୃତା କିପରି ପାର୍ଟି ଛାଡ଼ିଥିଲେ, ତାହା ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ବିଳମ୍ବିତ ରାତିରେ ଶେଷ ହୋଇଥିବା ଏହି ପାର୍ଟିରୁ ବାହାରିଥିବା ଅମୃତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିପାଇଁ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି।

ଅଭିନେତା ଫର୍‌ହାନ ଅଖତରଙ୍କ ସହ ଅମୃତା ଆରୋରା ଏହି ପାର୍ଟିରୁ ବାହାରିଥିଲେ। ଫରହାନ ଅଖତରଙ୍କ ଜ୍ୟାକେଟରେ ମୁହଁ ଲୁଚାଇ ମିଡିଆ କ୍ୟାମେରାକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ଅମୃତା ସିଧା ତାଙ୍କ କାରରେ ପହଞ୍ଚିଥିଲେ। ପାର୍ଟି ଛାଡ଼ିବା ପରେ ଫଟୋଗୁଡ଼ିକରେ ଅମୃତାଙ୍କ ଚେହେରା ଦେଖାଯାଉନାହିଁ। ଅମୃତା ଏବଂ ଫରହାନଙ୍କ ପଛରେ ଅମୃତାଙ୍କ ସ୍ବାମୀ ଶକିଲ ଲଦକ୍‌ ମଧ୍ୟ ନଜର ଆସିଛନ୍ତି।

ଭାଇରାଲ ଫଟୋରେ ଜଣେ ୟୁଜର ଲେଖିଛନ୍ତି, ‘ପାର୍ଟିରେ ଆପଣ କାହିଁକି ଏତେ ମଦ୍ୟପାନ କରୁଛନ୍ତି ଯେ, ଆପଣଙ୍କୁ ନିଜ ଚେହେରା ଲୁଚାଇବାକୁ ପଡୁଛି।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଅମୃତା ଆରୋରାଙ୍କ ଫଟୋ କିଏ ଉଠାଇବ, ସେ କାହିଁକି ମୁହଁ ଲୁଚାଉଛନ୍ତି।’ ଜାଣିନି କାହିଁକି ଏହି ଲୋକମାନେ ଏପରି କାମ କରନ୍ତି ଯେ, ସେମାନଙ୍କୁ ମୁହଁ ଲୁଚାଇବାକୁ ପଡୁଛି।’

Share