ସରୋଗେସୀରେ ଛୁଆର ହୋଇଥିଲା ମୃତ୍ୟୁ, ୪ ବର୍ଷର ସଂଘର୍ଷ ପରେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଏବଂ ତାଙ୍କ ସ୍ବାମୀ ଆର୍‌ଜେ ଅନ୍‌ମୋଲ। ଦୁଇ ବର୍ଷ ପୂର୍ବେ ମାତାପିତା ହୋଇଛନ୍ତି ଏହି ଯୋଡ଼ି। ହେଲେ ଏହାପୂର୍ବରୁ ଅନେକ କିଛି ଉଭୟଙ୍କୁ ସହିବାକୁ ପଡ଼ିଥିଲା।

୨୦୧୬ରୁ ମା’ ହେବାକୁ ଚେଷ୍ଟା କରିଥିଲେ ହେଁ ଅମୃତା ସଫଳ ହେଉ ନ ଥିଲେ। ଫଳରେ ସେ ଆଇୟୁଆଇ, ସରୋଗେସୀ, ଆଇଭିଏଫ୍‌, ହୋମିଓପାଥୀ, ଆୟୁର୍ବେଦ ଆଦି ଭଳି ଅନେକ ଉପାୟ ଆପଣାଇଥିଲେ। ହେଲେ ସବୁଥିରେ ସେମାନେ ବିଫଳ ହୋଇଥିଲା। ସରୋଗେସୀ ପାଇଁ ଚେଷ୍ଟା କରିବା ସମୟରେ ଉଭୟ ନିଜ ସନ୍ତାନକୁ ହରାଇଥିଲେ। ଏହାକୁ ନେଇ ଦୁଃଖରେ ଭାଙ୍ଗିପଡ଼ିଥିଲେ ଅମୃତା। ପରେ ଦୁଇ ଦୁଇ ଥର ଆଇଭିଏଫ୍‌ ପନ୍ଥା ଆପଣାଇବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ପରିଣାମ ଆସି ନ ଥିଲା।

ଏହାପରେ ଦମ୍ପତି କିଛି ଦିନର ବିରତି ନେଇଥିଲେ। କୌଣସି ଅନ୍ୟ ଉପାୟ ନ ଆପଣାଇ ନିଜେ ଚେଷ୍ଟା କରିବାକୁ ଭାବିଥିଲେ। ଥାଇଲାଣ୍ଡରେ ଉଭୟ ଛୁଟି କାଟିବାକୁ ଯିବା ପରେ ସବୁକିଛି ବଦଳିଯାଇଥିଲା। ମାର୍ଚ୍ଚ ୨୦୨୦ରେ ସେ ମା’ ହେବାକୁ ଯାଉଥିବା ଜାଣିବାକୁ ପାଇଥିଲେ। ନଭେମ୍ବର ୨୦୨୦ରେ ସେ ପୁଅ ବୀରଙ୍କୁ ଜନ୍ମ ଦେଇଥିଲେ। ଏଣୁ ସନ୍ତାନଟିଏ ଚାହୁଁଥିବା ଲୋକଙ୍କୁ ଭାବବିହ୍ବଳ ନ ହୋଇ ପ୍ରାକ୍ଟିକାଲ ହେବାକୁ ସେ ଏକ ବ୍ଲଗ୍‌ରେ ପରାମର୍ଶ ଦେଇଛନ୍ତି।

Share