ପୂର୍ବରୁ ବିବାହିତ ସନ୍ନି ଦେଓଲଙ୍କୁ ଭଲପାଇ ବସିଥିଲେ ଅମ୍ରିତା; ସତ ଜାଣିବା ପରେ…

ବମ୍ବେ: ପ୍ରେମ ହେଉ ଅବା ବିବାହ, ଦିନ ଥିଲା ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥିଲେ ଲୋକପ୍ରିୟ ଅଭିନେତ୍ରୀ ଅମ୍ରିତା ସିଂହ। ନବେ ଦଶକରେ ସେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ଥିଲା ‘ବେତାବ’। ଏଥିରେ ଅଭିନେତା ସନ୍ନି ଦେଓଲ ନାୟକ ସାଜିଥିଲେ। ପ୍ରଥମ ଫିଲ୍ମରୁ ହିଁ ବେଶ୍‌ ବାରି ହୋଇ ପଡ଼ିଥିଲେ ଅମ୍ରିତା। ଏଥିସହ ସନ୍ନିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେ ତାଙ୍କୁ ପାଇବା ପାଇଁ ସବୁକିଛି ସୀମା ଟପିଯିବାକୁ ପ୍ରସ୍ତୁତ ଥିଲେ। ହେଲେ ତାଙ୍କ ମା’ଙ୍କୁ ଏହି ସମ୍ପର୍କ ପସନ୍ଦ ନ ଥିଲା। ବହୁତ କଷ୍ଟରେ ଅମ୍ରିତା ତାଙ୍କୁ ରାଜି କରାଇଥିଲେ। ଝିଅର ଖୁସି ଲାଗି ମା’ ନଇଁଯିବା ସତ୍ତ୍ୱେ କିନ୍ତୁ ତାଙ୍କ ହୃଦୟ ଭାଙ୍ଗିଥିଲା। କାରଣ ସନ୍ନି ପୂର୍ବରୁ ବିବାହିତ ବୋଲି ସେ ଜାଣିବାକୁ ପାଇଥିଲେ। ଏହା ଶୁଣି ତାଙ୍କ ହୋସ୍‌ ଉଡିଯାଇଥିଲା। ଏହା ତାଙ୍କୁ ବେଶ ଆଘାତ ଦେଇଥିଲା। ନିଜକୁ ବହୁତ କଷ୍ଟରେ ସମ୍ଭାଳିଥିଲେ ସେ। ପରେ ସେ ୧୨ ବର୍ଷ ସାନ ସୈଫ ଅଲ୍ଲି ଖାନ୍‌ଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ।

Share