ସୈଫଙ୍କ ମୁଣ୍ଡ ଫ୍ରାଇଂ ପ୍ୟାନ୍‌ରେ ଫଟାଇ ଦେବାକୁ ଚାହୁଁଥିଲେ ଅମୃତା, କାରଣ ଜାଣିଲେ…

ବମ୍ବେ: ଏକ ସମୟରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଅମୃତା ସିଂହ ଜଣେ ଥିଲେ। ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ହେଲେ ନିଜଠାରୁ ବୟସରେ କମ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ସୈଫ ସେତେବେଳେ ବଲିଉଡ୍‌ରେ ନବାଗତ ଥିଲେ। ଅପରପକ୍ଷେ ଅମୃତା ନାମକରା ଅଭିନେତ୍ରୀ। ଉଭୟଙ୍କ କିଭଳି ମେଳ ହେଲା ଏବଂ ଏହା କେତେଦିନ ଚାଲିବ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଥିଲା।

୧୯୯୧ରେ ସୈଫଙ୍କୁ ବିବାହ କରିଥିଲେ ଅମୃତା। ପରେ ଉଭୟଙ୍କ ଦୁଇଟି ସନ୍ତାନ(ପୁଅ ଇବ୍ରାହିମ୍‌, ଝିଅ ସାରା) ଜନ୍ମ ହୋଇଥିଲେ। ମାତ୍ର ସାରାଙ୍କୁ ୯ ବର୍ଷ ହୋଇଥିବା ବେଳେ ଅମୃତା ସୈଫଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହା ପଛରେ କାରଣ ଥିଲେ ଅଭିନେତ୍ରୀ କରିନା କପୁର। ପରେ ସୈଫ କରିନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ସ୍ବାମୀ ସୈଫ ଅଭିନେତା ହେବା ସାଙ୍ଗକୁ ଅନେକ ଅଭିନେତ୍ରୀଙ୍କ ସହ କାମ କରୁଥିଲେ। ଏହାକୁ ନେଇ ଅମୃତାଙ୍କ ମନରେ ଭୟ ରହୁଥିଲା। ଶେଷରେ ତାହା ହିଁ ହୋଇଥିଲା। ବିବାହ ବିଚ୍ଛେଦ ପୂର୍ବରୁ ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ଉଭୟ ନିଜର ବୈବାହିକ ଜୀବନ ସହ ଜଡ଼ିତ ଅନେକ ଘଟଣା ଉପରୁ ପରଦା ହଟାଇଥିଲେ। ସାକ୍ଷାତକାରରେ ଅମୃତା ରାଗରେ ସୈଫଙ୍କ ମୁଣ୍ଡକୁ ଫଟାଇଦେବାକୁ ଦିନେ ଚାହୁଁଥିବା ପ୍ରକାଶ କରିଥିଲେ।

ସୈଫ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କଲେ ତାଙ୍କୁ ଖରାପ ଲାଗେ କି ବୋଲି ସିମି ଅମୃତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଥିଲେ, ମିଛ କହିବା ଭୁଲ ହେବ। କାରଣ ଆମର ନିଜସ୍ବ କିଛି ସମସ୍ୟା ରହିଛି। ଆମେ ଉଭୟ ଝଗଡ଼ା କରୁ। କୌଣସି ମହିଳା ନିଜକୁ ଅସୁରକ୍ଷିତ ଭାବିବା ସାଧାରଣ କଥା। ହେଲେ ମୁଁ ରାତିରେ କାନ୍ଦୁଥିଲି। ଝଗଡ଼ା କରୁଥିଲି। ମୁଁ ସୈଫଙ୍କ ମୁଣ୍ଡକୁ ଫ୍ରାଇଂ ପ୍ୟାନ୍‌ରେ ଫଟାଇ ଦେବାକୁ ଚାହୁଁଥିଲି।

Share