ଶୋଷ ମେଣ୍ଟାଇ ପାରୁନି ଅମୃତଧାରା ପ୍ରକଳ୍ପ

ଅମରପାଲି,୧୬ା୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ(ଅମୃତଧାରା)ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକେ ଅମୃତଧାରାରୁ ଥଣ୍ଡାପାଣି ପାଇ ପାରୁନାହାନ୍ତି। ଏଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୬ଟି ଅମୃତଧାରା ପ୍ରକଳ୍ପ ରହିଛି। ଲୋକଙ୍କୁ ଥଣ୍ଡା ପାଣି ଯୋଗାଇବା ଉଦ୍ଦେଶ୍ୟରେ କରାଯାଇଥିବା ଅମୃତଧାରା ପ୍ରକଳ୍ପଗୁଡିକ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗୋଟିଏ, ଅମରପାଲି ଗ୍ରାମରେ ଦୁଇଟି , ସ୍ଥାନୀୟ ହାଇସ୍କୁଲ ପରିସରରେ ଦୁଇଟି ଓ ବହଳପଦରରେ ଗୋଟିଏ ଅମୃତ ଧାରା ପ୍ରକଳ୍ପ କରାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କା ଲେଖଁାଏ ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ଏହିସବୁ ପ୍ରକଳ୍ପ। ଗ୍ରାମ ପଞ୍ଚାୟତ ପାଣ୍ଠିରୁ ଚାରୋଟି ପ୍ରକଳ୍ପ କରାଯାଇଥିବା ବେଳେ ଗୋଟିଏ ପଞ୍ଚାୟତ ସମିତି ଓ ଆଉ ଗୋଟିଏ ଜିଲା ପରିଷଦ ପାଣ୍ଠିରୁ ନିର୍ମାଣ କରାଯାଇଥିଲା। ୬ଟି ଅମୃତ ଧାରାରୁ ଏବେ ବହଳପଦରରେ ଥିବା ଗୋଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ ବାକି ୫ଟି ପ୍ରକଳ୍ପ ଦୀର୍ଘ ଏକ ବର୍ଷ ହେବ ଅଚଳ ହୋଇପଡିଛି। ପଞ୍ଚାୟତ ପାଣ୍ଠିରୁ ନିର୍ମିତ ପ୍ରକଳ୍ପଗୁଡିକ ପାଇଁ ବୋରୱେଲ ଖନନ କରାଯାଇ ମଟର ଲଗାଯାଇଥିଲା । ମାତ୍ର ଅମରପାଲି ହାଇସ୍କୁଲ ପରିସରରେ ଥିବା ପ୍ରକଳ୍ପ ପାଇଁ ନୂଆ ବୋରୱେଲ ଖନନ କରା ଯାଇ ନ ଥିବା ବେଳେ ସ୍କୁଲ ପରିସରରେ ଥିବା ଏକ ପୁରୁଣା ବୋରୱେଲରୁ ସଂଯୋଗ ଦିଆଯାଇଥିଲା। ସବୁ ପ୍ରକଳ୍ପରେ ଫିଲଟର, ଫ୍ରିଜର ଓ ପାଣିଟାଙ୍କି ମଧ୍ୟ ଲାଗିଥିଲା। ପ୍ରକଳ୍ପଗୁଡିକ ମଧ୍ୟରୁ ଅମରପାଲିର ୨ଟି, ବହଳପଦର ଏବଂ ଗୌଡଗାଡର ଗୋଟିକ ଲେଖାଏଁ ପ୍ରକଳ୍ପକୁ ତତ୍କାଳୀନ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତ ତା୧୬ା୭ା୨୦୨୧ରେ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପ ଉଦ୍‌ଘାଟନର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। କେବଳ ଗୌଡଗାଡ ପ୍ରକଳ୍ପ ଦିନ କେଇଟା ଚାଲି ଅଚଳ ହୋଇପଡିଛି। ରାସ୍ତା କଡରେ ଥିବା ଉକ୍ତ ପ୍ରକଳ୍ପରୁ ପଥିକମାନେ ପାଣି ନେବା ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ପାନୀୟ ଜଳ ନେଉଥିଲେ। ଏବେ ପ୍ରକଳ୍ପ ଗୁଡିକ ଅଚଳ ହେତୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଅମରପାଲି, ବହଳପଦର ଓ ଗୌଡଗାଡ ଗ୍ରାମରେ ଫ୍ଲୋରାଇଡ ଯୁକ୍ତ ପାଣି ପାଇଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏବେ ଏହି ପ୍ରକଳ୍ପଗୁଡିକ ଅଚଳ ଯୋଗୁ ଲୋକେ ଫ୍ଲୋରାଇଡ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ପ୍ରକଳ୍ପଗୁଡିକୁ ମରାମତି କରିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁ ସୁବର୍ଣ୍ଣପୁର ଜିଲାରେ ୪୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହୁଛି। ଅଞ୍ଚଳର ଜଳାଶୟଗୁଡିକ ଶୁଖିଲା ପଡିଛି। ଗ୍ରୀଷ୍ଣ ପ୍ରବାହକୁ ଦେଖି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ଅଚଳ ନଳକୂପ ଓ ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି। ଗୌଡଗାଡ ପ୍ରକଳ୍ପରେ ନିମ୍ନମାନର ଉପକରଣ ଲାଗିଥିବା ଯୋଗୁ ଏହାର ମଟର, ଫ୍ରିଜର ଓ ଫିଲଟର ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଅମୃତଧାରା ପ୍ରକଳ୍ପ ଅଚଳ ହୋଇଥିବା ନେଇ ବହଳପଦର ସରପଞ୍ଚ ନିରୁପମା ସେଠୀଙ୍କୁ ପଚାରିବାରେ ଖୁବଶୀଘ୍ର ପ୍ରକଳ୍ପଗୁଡିକ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri