Categories: ଜାତୀୟ

ପଳାତକ ଅମୃତପାଲ ସିଂଙ୍କୁ ୯ ରାଜ୍ୟରେ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୨୭ ।୩: ଗୋଟିଏ ସପ୍ତାହରୁ ଅଧିକ ସମୟ ହେବ ଖୋଜା ଚାଲିଥିବା ୱାରିସ ପଞ୍ଜାବ ଦେର ମୁଖ୍ୟ ତଥା ଖଲିସ୍ତାନି ସମର୍ଥକ ଅମୃତପାଲ ସିଂଙ୍କୁ ଏବେ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ଅମୃତପାଲଙ୍କୁ ଧରିବାକୁ ପାଲିସ ୯ ରାଜ୍ୟରେ ତଲାସି ଅଭିଯାନ ଜାରି ରଖିଛି । ଉତ୍ତରାଖଣ୍ଡରୁ ଉତ୍ତର ପ୍ରଦେଶ, ନେପାଳ ବର୍ଡର ଉପରେ ପୋଲିସ ଅମୃତପାଲଙ୍କ ପୋଷ୍ଟର ଲଗାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ମୋଡରେ ରହିଛି ।
ଅମୃତପାଲଙ୍କ ତଲାସି ଅଭିଯାନକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ପଞ୍ଜାବ ପୋଲିସ ଓ ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ପରେ ନେପାଳକୁ ଲାଗିଥିବା ସୀମା ଓ ଉତ୍ତର ପ୍ରଦେଶର ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସେ କହିଛନ୍ତି, ଧାର୍ମିକ ସ୍ଥଳରେ ପୋଲିସ କଡା ନଜର ରଖିଛି ଓ ଏହାସହ ସରକାରୀ ଯାନର ତଲାସି ବି ନିଆଯାଉଛି ।

Share