Categories: ଜାତୀୟ

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୫।୬: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ଅବତାର ସିଂଙ୍କ ମୃତ୍ୟୁ ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଅବତାରଙ୍କୁ ବମେର୍ଧମର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତିି କରାଯାଇଥିଲା। ପରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଥିଲା। ତାଙ୍କୁ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ପରିସରରେ ତ୍ରିରଙ୍ଗାକୁ କାଡି ଆଣିପା ଅଭିଯୋଗରେ ଗିରଫ କରାଯାଇଥିଲା। ଏଥିସହ ଅଭୃତପାଲଙ୍କ ଗିରଫକୁ ବିରୋଧ କରି ଅବତାର ଲଣ୍ଡନର ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଆକ୍ରମଣ କରିବାର ମାଷ୍ଟର ମାଇଣ୍ଡ ଥିଲେ।

Share