ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ ବ୍ରହ୍ମପୁରର ଅମ୍ରିତଙ୍କ ପ୍ରଧାନ। ଅମ୍ରିତ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗତ ଜୁନ୍ ମାସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସେଠାରେ ତାଙ୍କର ଇକ୍ମୋ ଚିକିତ୍ସା ଚାଲିଥିଲା। ଇକ୍ମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଗତ ମାସରେ ତାଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା। ତେବେ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଅମ୍ରିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଜୁନ ୩ରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହୋଇଥିଲେ ଅମ୍ରିତ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା। ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ।