Categories: ଜାତୀୟ

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ହୋସିୟାରପୁର ପୋଲିସକୁ ହସ୍ତଗତ କରିଛନ୍ତି । ବିଶ୍ନୋଇଙ୍କୁ ରବିବାର ରାତିରେ ଖରଡରୁ ଅମୃତସରର ଜଏଣ୍ଟ ଇଣ୍ଟୋରଗେଶନ ସେଣ୍ଟର ନିଆଯାଇଥିଲା । ଅମୃତସରରେ ବିଶ୍ନୋଇଙ୍କ ବିରୋଧରେ ୪ ଅଗଷ୍ଟ ୨୦୨୧ରେ ଗ୍ୟାଙ୍ଗଷ୍ଟର ରାଣା କନ୍ଧେୱାଲିୟା ହତ୍ୟା ମାମଲା ରୁଜୁ କରାଯାଇଥିଲା । ଜୁଲାଇ ୬ରେ କୋର୍ଟ ଲରେନ୍ସଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ଅମୃତସର ପୋଲିସକୁ ହସ୍ତଗତ କରିଥିଲେ । ତାଙ୍କର ପୋଲିସ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଖରଡରୁ ଅମୃତସର ଅଣାଯାଇଥିଲା ।
ଡିସିପି ପରମିନ୍ଦର ସିଂ ଭଣ୍ଡାଲ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଲରେନ୍ସଙ୍କୁ ଖରଡରେ ପଚରା ଉଚରା କରାଯିବ ।

Share