Categories: ଜାତୀୟ

ଔଷଧ କାରଖାନାରେ ଅଗ୍ନିକାଣ୍ଡ: ୪ ମୃତ

ଅମୃତସର,୬।୧୦: ପଞ୍ଜାବର ଅମୃତସର ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମୃତସରର ମଜିଠା ରୋଡରେ ଥିବା ଗାଁ ନାଗକାଲାନର ଏକ ଔଷଧ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗୁରୁବାର ସାରେ କାରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ଏହି କାରଖାନାରେ ପ୍ରାୟ ୧୬୦୦ କର୍ମଚାରୀ କାର୍ଯ୍ୟ କରନ୍ତି। କାରଖାନାରେ କେମିକାଲର ଡ୍ରମ ଥିବାରୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

କୁହାଯାଉଛି ଯେ, ନିଆଁ ଏତେ ଭୟଙ୍କର ଥିଲା ଯେ କାରଖାନାରେ ରଖାଯାଇଥିବା କେମିକାଲ ଡ୍ରମରେ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଭିତରକୁ ଯାଇପାରିନଥିଲେ। ଧୂଆଁ କମିଯିବା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

Share