Categories: ଜାତୀୟ

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ
ଆମରୋହା,୩୧।୧୨: ଉତ୍ତରପ୍ରଦେଶର ଆମରୋହାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳୁଥିବା ସମୟରେ ଜଣେ ୧୦ମଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଖେଳିବା ସମୟରେ ସେ ଥଣ୍ଡାପାଣି ପିଇ ଦେଇଥିଲେ। ଯାହାପରେ ସେ ହଠାତ୍‌ ମୁଣ୍ଡ ବୁଲାଇ ଅଚେତ ହୋଇ ପଡିଥିଲେ। ଯେତେବେଳେ ତାଙ୍କ ସାଙ୍ଗସାଥୀ ତାଙ୍କୁ ହସ୍ପିଟାଲ ନେଇଥିଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ଅନୁଯାୟୀ, ୧୦ମ ଶ୍ରେଣୀରେ ପଢୁଥିବା ପ୍ରିନ୍ସ ନିଜ ସାଙ୍ଗସାଥୀଙ୍କ କ୍ରିକେଟ ଖେଳିବାକୁ ଯାଇଥିଲେ। ଖେଳିବା ସମୟରେ ପ୍ରିନ୍ସ ଥଣ୍ଡା ପାଣି ପିଇ ଦେଇଥିଲେ। ପିଇବା ପରେ ମୁଣ୍ଡ ବୁଲାଇ ତଳେ ପଡି ଯାଇଥିଲେ।

Share