ରାଗିଲେ ଅମୃତା ଫଡନବିଶ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ ନେଇ କଙ୍ଗନା କେତେବେଳେ ବଲିଉଡ୍‌ର ବଡ ବଡ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ଟାର୍ଗେଟ କରି ଟୁଇଟ୍‌ କରିଥିବା ଦେଖାଯାଇଛି। ଏବେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗିଛି ବିବାଦ। ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କ ଟୁଇଟର ଓ୍ବାରରେ ଆସିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ସଞ୍ଜୟ କଙ୍ଗନାଙ୍କ ମୁମ୍ବାଇ ଗସ୍ତକୁ ନେଇ ଧମକ ଦେଇଛନ୍ତି। ଏହାସହ କଙ୍ଗନା ମଧ୍ୟ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସହ ତୁଳନା କରି ବିବାଦ ଘେରକୁ ଚାଲି ଆସିଛନ୍ତି। ଏବେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ଶୋର କରିଛନ୍ତି। ଯାହା ଏବେ ରାଜନୈତିକ ରୂପ ନେବାକୁ ଯାଉଛି ବୋଲି କୁହାଯାଉଛି। ଉକ୍ତ ଭିଡିଓରେ ଶିବସେନା କର୍ମୀ କଙ୍ଗନାଙ୍କ ଏକ ପୋଷ୍ଟର ଉପରକୁ ଚପଲ ମାଡ କରୁଥିବା ଦେଖାଯାଇଛି। ଆଉ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ପତ୍ନୀ ଅମୃତା ଫଡନବିଶ ଏହାର ନିନ୍ଦା କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଆମ ପାଖରେ କହିବାର, ବିଶ୍ୱାସ କରିବାର, ଆନ୍ଦୋଳନ କରିବାର ସ୍ବାଧିନତା ରହିଛି। ଏହାକୁ ଦବାଇଦେବା ଠିକ୍‌ ନୁହେଁ କି ଆଲୋଚକଙ୍କ ପୋଷ୍ଟରକୁ ଚପଲ ମାରିବା ବି ଠିକ୍‌ ନୁହେଁ।

Share