Categories: ଜାତୀୟ

‘ଅମୁଲ ଗର୍ଲ’ର ରଚନାକାର ସିଲଭେଷ୍ଟରଙ୍କ ପରଲୋକ

ସୁରଟ,୨୨।୬: ବିଜ୍ଞାପନ ଜଗତରେ ଅମୁଲ ଗର୍ଲକୁ ସାରା ବିଶ୍ୱରେ ଉପସ୍ଥାପନ କରିଥିବା ସିଲଭେଷ୍ଟର ଦା କୁନ୍ହା(୮୦)ଙ୍କର ପରଲୋକ ହୋଇଛି। ଏହି ସମୟରେ ଇଣ୍ଡିଆନ ଡେରି ଆସୋସିଏଶନର ଆର ଏସ ସୋଡି ଅମୁଲ ଗର୍ଲର ଏକ ଦୁଃଖ ଭରା ବା କାନ୍ଦୁଥିବାର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଆଖିରୁ ଲୁହ ଝରୁଥିବା ଦେଖାଯାଇଛି। ଗୁଜରାଟ କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ(ଜିସିଏମଏମଏଫ)ର ପ୍ରବନ୍ଧ ନିର୍ଦ୍ଦେଶକ ଜୟେନ ମେହଟା ଟୁଇଟ କରି ସିଲଭେଷ୍ଟରଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି।

ଜୟେନ ମେହେଟା ଟୁଇଟ କରି କହିଛନ୍ତି ମୁମ୍ବାଇରେ ଦା କୁନ୍ହା କମ୍ୟୁନିକେଶନର ମୁଖ୍ୟ ସିଲଭେଷ୍ଟରଙ୍କ ପରଲୋକରେ ମୁଁ ଦୁଃଖିତ। ସିଲଭେଷ୍ଟର ଦା କୁନ୍ହା ୧୯୯୬ରେ ଜିସିଏମଏମଏଫର ବ୍ରାଣ୍ଡ ଅମୁଲ ପାଇଁ ‘ଅଟରଲି ବଟରଲି’ ଅଭିଯାନର କଳ୍ପନା କରିଥିଲେ। ଯେ କି ‘ଅମୁଲ ଗର୍ଲ’କୁ ବିଶ୍ୱରେ ଉପସ୍ଥାପନା କରିଥିଲେ। ଏହା ଆଜିବି ଜାରି ରହିଛି। କ୍ରିକେଟ ସମୀକ୍ଷକ ହର୍ଷ ଭୋଗଲେ ସିଲଭେଷ୍ଟରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି ଯେ ବହୁ ସଂଖ୍ୟକ ଭାରତୀୟ ବିଜ୍ଞାପନରେ ସିଲଭେଷ୍ଟର ଡା କୁନ୍ହାଙ୍କ ପରି ପିଢି ମୋ ମନରେ ବିଜ୍ଞାପନର ବୀଜ ବୁଣିଥିଲେ। ସେ ଏହି ଶିଳ୍ପକୁ ଅଧିକ ସମୃଦ୍ଧ କରିଥିଲେ। ମୁଁ ଦେଖି ଖୁସି ଯେ ତାଙ୍କ ପ୍ରତିଭାବାନ ପୁଅ ରାହୁଲ ଦା କୁନ୍ହା ଏହି ପରମ୍ପରାକୁ ଜାରି ରଖିଛନ୍ତି।

Share