Categories: ଜାତୀୟ

‘ଚନ୍ଦ୍ରୟାନ-୩’କୁ ନେଇ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲା ଅମୂଲ

ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ରେ ଜହ୍ନରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଥିବା ବେଳେ ଅନେକ ଦେଶ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡ କରୁଛି। ଏହି କ୍ରମରେ ଅମୁଲ ଗ୍ରୁପ୍‌ ସ୍ବତନ୍ତ୍ର ଭାବେ ଏକ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛି। ଫଟୋରେ ଅମୂଲରେ ନଜର ଆସୁଥିବା ଝିଅ ହାତରେ ତ୍ରିରଙ୍ଗା ଧରିଛି। ଏଥିସହ ‘ମୁନ୍‌ ମିଠା କରୋ’ ଲେଖାଯାଇଛି। ଲୋକେ ଫଟୋକୁ ବେଶ ପସନ୍ଦ କରୁଥିବା ବେଳେ ଶୁଭେଚ୍ଛା ଜଣାଇବାର ଏହି ଢ଼ଙ୍ଗ ବହୁତ ଭଲ ଲାଗିଲା ବୋଲି ପ୍ରତିକ୍ରିୟା ଦେଉଛନ୍ତି।

Share