ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧ

ଗାନ୍ଧୀନଗର,୨୮।୨: ଦେଶରେ ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌। ସମଗ୍ର ଦେଶର ବଜାରରେ ଦୁଗ୍ଧର ଦାମ୍‌ ଲିଟର ପିଛା ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ। ସମଗ୍ର ଦେଶର ବଜାରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ଅମୁଲ ନିଷ୍ପତ୍ତି ନେଇଛି। ଏହି ବର୍ଦ୍ଧିତ ଦର ମଙ୍ଗଳବାର ତଥା ମାର୍ଚ୍ଚ ୧ରୁ ଅହମ୍ମଦାବାଦ ଓ ଗୁଜୁରାଟର ବଜାରରେ ଲାଗୁ ହେବ। ସେହିପରି ଅମୁଲ ଗୋଲ୍ଡ ଦୁଗ୍ଧର ମୂଲ୍ୟ ୫୦୦ ମିଲିଲିଟର ପ୍ରତି ୩୦ ଟଙ୍କା, ଅମୁଲ ତାଜା ୫୦୦ ମିଲିଲିଟର ପିଛା ୨୪ ଟଙ୍କା ଏବଂ ଅମୁଲ ଶକ୍ତି ୫୦୦ ମିଲିଲିଟର ପିଛା ୨୭ ଟଙ୍କାରେ ଉପଲବ୍ଧ ହେବ। ସୂଚନା ଯୋଗ୍ୟ, ଗୁଜୁରାଟ କୋଅପ୍‌ରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଏକ ବର୍ଷ ପୂରିବା ପୂର୍ବରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିଛି। ଏହାପୂର୍ବରୁ ଜୁଲାଇ ୨୦୨୧ରେ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଅମୁଲ ଦୁଗ୍ଧର ସମସ୍ତ ବ୍ରାଣ୍ଡ ସୋନା, ତାଜା, ଶକ୍ତି, ଟି-ସ୍ପେଶାଲ, ଏବଂ ଗାଇ ଓ ମଇଁଷି କ୍ଷୀର ଇତ୍ୟାଦିରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରାୟ ୭ ମାସ ୨୭ ଦିନର ବ୍ୟବଧାନ ପରେ ଏହି ମୂଲ୍ୟ ବୃଦ୍ଧି କରାଯାଉଛି। ଉତ୍ପାଦନ କ୍ଷେତ୍ରରେ ଦରଦାମ୍‌ ବୃଦ୍ଧି ଯୋଗୁ ଏହି ମୂଲ୍ୟ ବୃଦ୍ଧି ପାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share