ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ସେ ମୂଳ ବ୍ରିଟିଶ ବାସିନ୍ଦା । ଏମି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଙ୍ଗ ଇଜ୍ ବ୍ଲିଙ୍ଗ’କୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏମିଙ୍କ ପିତା ବିବିସି ରେଡିଓରେ ପ୍ରେଜେଣ୍ଟର ଥିଲେ । ତେଣୁ ଏମି ମାତ୍ର ୧୭ ବର୍ଷ ବୟସରେ ଆର୍‌ଜେ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୮ରେ ସେ ମିସ ଟିନ ୱାର୍ଲ ବିଜୟିନୀ ହୋଇଥିଲେ । ତାଙ୍କ କ୍ୟାରିୟର ତାମିଲ ଫିଲ୍ମ ‘ମଦ୍ରାସାପନ୍ତିନମ’ରୁୁ ଆରମ୍ଭ ହୋଇଥିଲା । ଏହା ବକ୍ସ ଅଫିସରେ ହିଟ୍ ହେବା ସହ କିଛି ଆୱାର୍ଡ ଜିତିଥିଲେ ଏମି ।
ଜର୍ଜ ପାନାୟିଓତୋଉଙ୍କୁ ବିବାହ କରିଥିବା ଏମି ୨୦୧୯ରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଇନଷ୍ଟାଗ୍ରାରେ ସେ ପରିବାରର ଫଟୋ ଶେୟାର କରି ଲେଖିଥିଲେ ଆମର ଆଞ୍ଜେଲକୁ ସ୍ୱାଗତ । ଏମିଙ୍କ ସ୍ୱାମି ଜଣେ ମଲ୍ଟି ମିଲେନିୟର । ଜର୍ଜ, ବ୍ରିଟିଶ ପ୍ରପଟି ଡେଭଲପର ଆଣ୍ଡପାନାୟିଟୁଙ୍କ ପୁଅ । ତାଙ୍କର ନେଟୱର୍ଥ ୩୬୦୦କୋଟିରୁ ଅଧିକ । ଜର୍ଜ ଲକଜରି ହୋଟେଲ ଚେନର ଓନର ।
ଏହାପୂର୍ବରୁ ଏମି ବଲିଉଡ୍ ଅଭିନେତା ପ୍ରତିକ ବାବରଙ୍କ ସହ ରିଲେସନଶିପରେ ଥିବା ଆଲୋଚନା ହେଉଥିଲା । ଯାହାପାଇଁ ସେ ଥିଲେ ଚର୍ଚ୍ଚାରେ । ୨୦୧୨ରେ ଏମିଙ୍କ ପ୍ରଥମ ବଲିଉଡ ମୁଭି ‘ଏକ ଦିୱାନା’ ରିଲିଜ ହୋଇଥିଲା । ଏଥିରେ ତାଙ୍କ ଅପୋଜିଟରେ ଥିଲେ ପ୍ରତିକ ବାବର । ଏହାପରେ ଉଭୟଙ୍କ ମଧ୍ୟରେ ରିଲେସନ ଡେଭଲପ କରିଥିଲା । ହେଲେ କିଛିଦିନ ପରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଯିବାରୁ ପ୍ରତିକ ଡିପ୍ରେଶନକୁ ଚାଲିଯିବା ଏକ ସାକ୍ଷାତ୍‌କାରରେ କହିଥିଲେ ।

Share