ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ କରିଥିବା ସର୍ବକନିଷ୍ଠ ମହିଳା ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ମିତାଲି ରାଜଙ୍କ ୨୨ ବର୍ଷ ପୁରୁଣା ରେକର୍ଡ ସେ ଭାଙ୍ଗିଛି। ରବିବାର ହଣ୍ଟର୍ ୧୬ତମ ଜନ୍ମଦିନ ଥିଲା।
ତାଙ୍କ ଜନ୍ମଦିନରେ ଜିମ୍ବାୱେ ବିପକ୍ଷରେ ହଣ୍ଟର୍ ୧୨୭ ବଲରେ ୧୨୧ ରନ ସ୍କୋର କରିଥିଲେ। ଏହି ଐତିହାସିକ ଇନିଂସ ସହିତ ସେ ମିତାଲିଙ୍କ ରେକର୍ଡ ଭାଙ୍ଗିଥିଲେ ଏବଂ ଦିନିକିଆ କ୍ରିକେଟରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ।
ଏହାପୂର୍ବରୁ ଏହି ରେକର୍ଡ ମିତାଲିଙ୍କ ନାମରେ ଥିଲା। ମିତାଲି ୧୯୯୯ରେ ଆୟାରଲାଣ୍ଡ ବିପକ୍ଷରେ ୧୧୪ ରନ ସ୍କୋର କରିଥିଲେ। ସେ ଏହା କରିବାରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେତେବେଳେ ମିତାଲି ରାଜଙ୍କ ବୟସ ୧୬ ବର୍ଷ ୨୦୫ ଦିନ ଥିଲା।