୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ ସୋନୁ ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି । ନିକଟରେ ପୁଣି ଥରେ ସୋନୁ ଉଦାରତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି।

ବିହାରର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ପୁଅ ପାଇଁ ସୋନୁ ସୁଦଙ୍କ ସାହାଯ୍ୟ ଲୋଡିଥିଲେ। ତାଙ୍କର ୧୧ ବର୍ଷର ପୁଅକୁ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ ଆର୍ଥିକ ସମ୍ବଳ ନ ଥିବା ଜଣାଇଥିଲେ। ଏସ୍‌.କେ ଶର୍ମା ନାମକ ଏକ ଟୁଇଟର ଆକାଉଣ୍ଟରୁ ସେ ଟୁଇଟ୍‌ କରଥିଲେ।
ଏହି ଟୁଇଟ୍‌ରେ ସେ ଲେଖିଥିଲେ , ‘ସାର୍‌ ମୁଁ ବିହାରର ଭାଗଲପୁର ଜିଲାର। ମୋ ଭାଇର ୧୧ ବର୍ଷର ପୁଅ ଅଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲା, ଆଜି ତାର ରିପୋର୍ଟ ଆସିଛି। ତାର ବ୍ରେନ୍‌ ଟ୍ୟୁମର ହୋଇଛି। ସାର୍‌, ଆପଣ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଦୟାକରି ଏହି ପିଲାକୁ ମଧ୍ୟ ବଞ୍ଚାନ୍ତୁ ।

ଏହି ଟୁଇଟ ପରେ ଅଭିନେତା ସୋନୁ ପ୍ରଥମେ ଡାକ୍ତରଙ୍କ ସହ କଥା ହୋଇଛନ୍ତି। ପରେ ଉତ୍ତରରେ ଲେଖିଛନ୍ତି, ‘ଚିନ୍ତା କର ନାହିଁ। ଡାକ୍ତରଙ୍କ ସହ କଥା ହୋଇଛି, ପୁଅର ଆସନ୍ତା ସପ୍ତାହରେ ଦିଲ୍ଲୀରେ ଅପରେଶନ କରାଯିବ। ଆପଣମାନେ ପ୍ରସ୍ତୁତ ହୁଅନ୍ତୁ’।

 

Share