Categories: ଫୁରସତ

ଏକେ-୪୭ ଅର୍ଡର କଲେ ୮ ବର୍ଷୀୟ ବାଳକ

ଆମଷ୍ଟରଡାମ୍‌: ଅନ୍‌ଲାଇନ ଆପ୍‌ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ କିମ୍ବା କିଛି ଜିନିଷ ଅର୍ଡର କରିଥାଉ। ହେଲେ ନିକଟରେ ଜଣେ ୮ ବର୍ଷର ପିଲା ଅନ୍‌ଲାଇନ୍‌ ମାଧ୍ୟମରେ ଏକେ- ୪୭ ବନ୍ଧୁକ ଅର୍ଡର କରିଛି ଏବଂ ତା’ର ଡେଲିଭରି ମଧ୍ୟ ଘରେ ଆସି ପହଞ୍ଚିଛି। ଯାହା ଦେଖି ତାଙ୍କ ମା’ ଆଶ୍ଚର୍ଯ୍ୟ ହୋଇଛନ୍ତି। ନେଦରଲାଣ୍ଡର ବାସିନ୍ଦା ବାରବରା ଜେମିନି କହିଛନ୍ତି, ତାଙ୍କ ପୁଅ ସବୁବେଳେ ମୋବାଇଲ ଏବଂ କମ୍ପ୍ୟୁଟରରେ ଲାଗି ରହିଥାନ୍ତି। ସେ ‘ଡାର୍କ ୱେବ୍‌’ ଜରିଆରେ ଏତେ କମ୍‌ ବୟସରେ ସାଇବର କ୍ରାଇମରେ ଭର୍ତ୍ତି ହୋଇଯାଇଛିି। ତାଙ୍କ ପୁଅ ଅନେକ ସମୟରେ ବହୁ କିଛି ଜିନିଷ ଅର୍ଡର କରିଥାଏ, କିନ୍ତୁ ତାହା ବିନା ମୂଲ୍ୟ କିମ୍ବା କମ୍‌ ମୂଲ୍ୟରେ। ରିପୋର୍ଟ ମୁତାବକ, ତାଙ୍କ ପୁଅ ଅନେକ ପ୍ରକାର କୋଡ୍‌ ବ୍ୟବହାର କରିଥାନ୍ତି। ଡାର୍କ ୱେବ୍‌ କଣ୍ଟେଣ୍ଟ ଆଇନ ବିରୋଧ । ଏଥିଲାଗି ସ୍ପେଶାଲ ବ୍ରାଉଜର ବ୍ୟବହାର କରିବାକୁ ପଡ଼ିଥାଏ। ଏହି ଡାର୍କ ୱେବ୍‌ ଜରିଆରେ ଅନେକ ଅବୈଧ କାର୍ଯ୍ୟ ସବୁ କରିହୁଏ। ଡାର୍କ ୱେବ୍‌ ବାବଦରେ ସେ ତାଙ୍କ ମା’ଙ୍କୁ କହିଥିଲେ ମଧ୍ୟ ଯେତେବେଳେ ଏକେ- ୪୭ ଘରକୁ ଆସିଲା, ସେତେବେଳେ ଏ ବାବଦରେ ଜଣାପଡ଼ିଲା। ପରେ ବାରବରା ସେହି ବନ୍ଧୁକକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଯାଞ୍ଚରୁ ତାଙ୍କ ପୁଅ ଅନ୍ତଃରାଷ୍ଟ୍ରୀୟ ହ୍ୟାକରଙ୍କ ଜାଲରେ ଫସିଥିବା ଜାଣିବାକୁ ପାଇଥିଲେ।

Share