Categories: ଜାତୀୟ

ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…

ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ’ଲଣ୍ଡନରେ ଖାୟଲିସ୍ତାନୀମାନେ ଭାରତୀୟ ପତାକା ଉତ୍ତୋଳନ କରିବା ପରେ ଦେଇଥିବା ପ୍ରତିକ୍ରିୟାରେ ଜୟଶଙ୍କରଙ୍କ ସହ ମୋର କୌଣସି ମତଭେଦ ନାହିଁ।’ କେବଳ ଏତିକି ନୁହେଁ, ଥରୁର ଜୟଶଙ୍କରଙ୍କୁ ତାଙ୍କର ବନ୍ଧୁ ତଥା ଦକ୍ଷ ମନ୍ତ୍ରୀ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।

ବାସ୍ତବରେ ଜୟଶଙ୍କର ଚଳିତ ବର୍ଷ ଏପ୍ରିଲ ୨ରେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ଦେଉଥିବାରୁ ପାଶ୍ଚାତ୍ୟର ଦେଶର ଅଭ୍ୟାସକୁ ସମାଲୋଚନା କରିଥିଲେ। ଜୟଶଙ୍କର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ମୁଁ ଆପଣଙ୍କୁ ପ୍ରକୃତ ଉତ୍ତର ଦେବ କାହିଁକି ପାଶ୍ଚାତ୍ୟ ଦେଶ ଭାରତ ଉପରେ ମନ୍ତବ୍ୟ ଦେଉଛନ୍ତି। ଏହାର ଦୁଇଟି କାରଣ ଅଛି ପ୍ରଥମ କାରଣ ହେଉଛି ପାଶ୍ଚାତ୍ୟ ଦେଶଗୁଡ଼ିକର ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବାର ଏକ ଖରାପ ଅଭ୍ୟାସ ରହିଛି। ସେମାନେ ଭାବନ୍ତି ଏହା ସେମାନଙ୍କ ପାଇଁ ଭଗବାନଙ୍କର ଏକ ପ୍ରକାର ଅଧିକାର। ସେମାନଙ୍କୁ ଅଭିଜ୍ଞତା ଠାରୁ ଶିଖିବାକୁ ପଡିବ ଯଦି ସେମାନେ ଏହା ଜାରି ରଖନ୍ତି ତେବେ ଅନ୍ୟ ଲୋକମାନେ ମଧ୍ୟ ମନ୍ତବ୍ୟ ଦେବା ଆରମ୍ଭ କରିବେ। ଯେତେବେଳେ ଏହା ଘଟିବ ସେମାନେ ମଧ୍ୟ ଏଭଳି କାର୍ଯ୍ୟକୁ ପସନ୍ଦ କରିବେ ନାହିଁ ।

ଖାଲିସ୍ତାନୀ ସମର୍ଥକଙ୍କ ଅଦମ୍ୟତାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଗତ କିଛି ଦିନ ମଧ୍ୟରେ ଆମେ ଲଣ୍ଡନ, କାନାଡା, ଅଷ୍ଟ୍ରେଲିଆ ଏବଂ ସାନ ଫ୍ରାନ୍ସିସ୍କୋରେ କିଛି ଘଟଣା ଦେଖିଛୁ। ଏହା ଭାରତ ନୁହେଁ ଯେଉଁଠି ଅନ୍ୟ ଦେଶର ଜାତୀୟ ପତାକାକୁ କାହା ଦ୍ୱାରା ଟାଣି ନିଆଗଲେ ଲୋକେ ବିରୋଧ କରିବେ। ଯେତେବେଳେ ଏହା ଘଟିଲା, ଆମର ହାଇ କମିଶନର ସେହି ବିଲ୍ଡିଂରେ ଏକ ବଡ଼ ପତାକା ଲଗାଇଲେ। ସେଠାରେ ଥିବା ତଥାକଥିତ ଖଲିସ୍ତାନବାସୀଙ୍କୁ ଏହା କେବଳ ଏକ ବାର୍ତ୍ତା ନୁହେଁ, ଏହା ବ୍ରିଟିଶମାନଙ୍କୁ ମଧ୍ୟ ଏକ ବିବୃତ୍ତି ଥିଲା ଏହା ମୋର ପତାକା ଏବଂ ଯଦି କେହି ଏହାକୁ ଅସମ୍ମାନ କରିବାକୁ ଚେଷ୍ଟା କରନ୍ତି, ତେବେ ମୁଁ ଜାତୀୟ ପତାକାକୁ ଆହୁରି ବଡ କରିବି।

ଏନେଇ ଥରୁରୁ ତାଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତି କଥାରେ ପ୍ରତିକ୍ର୍ରିୟା ପ୍ରକାଶ କରିବା ଠିକ ନୁହେଁ ବୋଲି ମଧ୍ୟ କହିଥିଲେ। ପରେ ଥରୁରଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଥିଲା। ଏହାପରେ ଥରୁର ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।

Share