କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ କୋଭିଡ ପରିଚାଳନା ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ଦ୍ୱିପ୍ରହର ୨ଟା ୩୦ରେ ଖବରଦାତା ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ। ଏଥିରେ କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ ଘୋଷଣା ହୋଇପାରେ। କାରଣ ଆସନ୍ତାକାଲି କରୋନା କଟକଣା ବା ଆଶିଂକ ଲକ୍‌ଡାଉନର ଅବଧି ଶେଷ ହେବାକୁ ଯାଉଛି। ସୂଚନା ମୁତାବକ କିଛି ଦିନରୁ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଗତ ୨ଦିନରୁ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନା କଟକଣା କୋହଳ ହେବାରୁ ଲୋକମାନେ ଆଉ ନିୟମ ମାନୁନାହାନ୍ତି। ଏଥିସହ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି। ଫଳରେ କିଛି ଜିଲାରେ ସଂକ୍ରମଣ କମିଥିବା ବେଳେ କେତେକ ଜିଲାରେ ସଂକ୍ରମଣ ସ୍ଥିର ରହିଛି। ଆଉ କେତେକ ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କାଟାଗୋରୀ ଏ’ ଜିଲା ଓ କାଟାଗୋରୀ ବି’ ଜିଲା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ ଆସିପାରେ। ତେବେ ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ନୂଆ କଡ଼ା କଟକଣା କିମ୍ବା କିଛିଟା କଟକଣା କୋହଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share