ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିକ୍ରି କଲେ ଆଫଗାନୀ ମହିଳା…

କାବୁଲ,୩।୧୦: ତାଲିବାନ୍‌ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଇବାକୁ ନ ପାଇ ଲୋକେ ନିଜ ପିଲାଙ୍କୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି ଜଣେ ଆଫଗାନୀ ମହିଳା ନିଜ ଦେଢ଼ବର୍ଷର ଶିଶୁ ପୁତ୍ରକୁ ବିକ୍ରି କରିଛନ୍ତି। ତାଙ୍କ ଝିଅର ଦେହ ଖରାପ ଥିବାରୁ ଚିକିତ୍ସା ଲାଗି ସେ ଏଭଳି କରିଥିବା କହିଛନ୍ତି।

ଲାଇଲୁମା ନାମ୍ନୀ ମହିଳା ଜଣକ ଶିଶୁ ପୁୁତ୍ରକୁ ୩୦,୦୦୦ ଆଫଗାନୀରେ ବିକ୍ରି କରିଛନ୍ତି। ଏଥିରେ ସେ ୧୩ ବର୍ଷ ବୟସ୍କା ଝିଅର ଚିକିତ୍ସା କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନ ଥିଲା। ତାଙ୍କ ସ୍ବାମୀ ଗତ ବର୍ଷଠାରୁ ନିଖୋଜ ରହିଥିବା ଲାଇଲୁମା କାନ୍ଦି କାନ୍ଦି କହିଛନ୍ତି।

Share