ଛଟେନପାଲିଠାରେ ଡିଏଭି ପକ୍ଷରୁ ବିଦ୍ୟାଳୟ ଖୋଲାଯିବା ନେଇ ଚୁକ୍ତି

ସୁନ୍ଦରଗଡ, ୪ା୯ (ଡି.ଏନ୍‌.ଏ.)
ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଏକ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସକାଶେ ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ପକ୍ଷରୁ ହୋଇଥିବା ଦାବିକୁ ଏମସିଏଲ ପୂରଣ କରିବାକୁ ଯାଉଛି। ଛଟେନପାଲିଠାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଏମସିଏଲ କର୍ତ୍ତୃପକ୍ଷ ଡିଏଭି କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ଡିଏଭି କର୍ତ୍ତୃପକ୍ଷ ଏହି ପ୍ରସ୍ତାବରେ ରାଜି ହେବା ପରେ ବୁଧବାର ଡିଏଭି ପବ୍ଲିକ ସ୍କୁଲର ନିର୍ଦ୍ଦେଶକ (ଦିଲ୍ଲୀ) ଏବଂ ଏମସିଏଲ ଜେନେରାଲ ମ୍ୟାନେଜର ସଞ୍ଜୟ ଝା ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ବୁର୍ଲା ଜାଗୃତି ବିହାରଠାରେ ଅନୁଷ୍ଠିତ ଉତ୍ସବରେ ଛଟେନପାଲିଠାରେ ପ୍ରଥମ ପର୍ଯ୍ୟାୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଚୁକ୍ତିନାମା ହୋଇଛି । ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହେବ । ବିଶେଷ କରି ଏମସିଏଲ ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଥିବା ଡିଏଭି ସ୍କୁଲ ଢାଞ୍ଚାରେ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯିବ ା ସୁନ୍ଦରଗଡ ଅଞ୍ଚଳର ଛାତ୍ରୀଛାତ୍ର ଭୁବନେଶ୍ୱର ସମେତ ବାହାର ରାଜ୍ୟକୁ ଯାଇ ଯେପରି ଖର୍ଚ୍ଚାନ୍ତ ନ ହୁଅନ୍ତୁ ସେଥିପାଇଁ ଅଞ୍ଚଳବାସୀଙ୍କ ମତାମତଙ୍କୁ ଗ୍ରହଣ କରି ବିଧାୟିକା ଟେଟେ କୋଲଇଣ୍ଡିଆକୁ ଅନୁରୋଧ କରିଥିଲେ । ଏଥିସହିତ କେନ୍ଦ୍ର କୋଇଲା ବିଭାଗ ମନ୍ତ୍ରୀ ଓ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ କୋଲଇଣ୍ଡିଆ ରାଜି ହୋଇ ଡିଏଭି ସହିତ ଚୁକ୍ତିନାମା କରିବା ପରେ ବିଧାୟିକା ସୁନ୍ଦରଗଡବାସୀଙ୍କ ତରଫରୁ ସାଧୁବାଦ ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ସୁନ୍ଦରଗଡ ବିଧାୟିକା ଓ କୋଲ ଇଣ୍ଡିଆ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେସିଂ ମାଧ୍ୟମରେ ଏହି ବିଦ୍ୟାଳୟର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri