ସିଡାକ୍‌ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ୱର, ୭।୬(ବ୍ୟୁରୋ):ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଏବଂ ନାବାର୍ଡ କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ନାବ୍‌କନ୍ସ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସୋମବାର ସିଡାକ ସଭାଗୃହରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ଉପସ୍ଥିତିରେ ନାବକନ୍ସ ପକ୍ଷରୁ ସାଧାରଣ ପରିଚାଳକ ବିଭୂତି ଭୂଷଣ ସାହୁ ଏବଂ ସିଡାକ୍‌ ପକ୍ଷରୁ ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ନାବ୍‌କନ୍ସର ସହଭାଗିତାରେ ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପର ସଫଳ ରୂପାୟନ ହେବ। କାର୍ଯ୍ୟକ୍ରମରେ ନାବ୍‌କନ୍ସର ସହ-ସାଧାରଣ ପରିଚାଳକ ଅକ୍ଷୟ କୁମାର ଚୌଧୁରୀ ଓ ବରିଷ୍ଠ ପରାମର୍ଶଦାତା ଶ୍ରାବଣୀ ହାଲ୍‌ଦାର, ସିଡାକ୍‌ର ସହ-ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଓ ପ୍ରକଳ୍ପ ସଂଯୋଜକ ଅଶୋକ କୁମାର ଚିନରା ପ୍ରମୁଖ ଉପସ୍ଥିତ ଥିଲେ।

Share