Categories: ଫୁରସତ

ଖାଦ୍ୟ ଆଣିବାକୁ ବ୍ୟବହାର କରନ୍ତି ବିମାନ

ୱାଶିଂଟନ: ବର୍ତ୍ତମାନ ସମୟରେ ଲୋକଙ୍କୁ ସବୁ ଜିନିଷ ତାଙ୍କ ହାତ ପାଆନ୍ତାରେ ଦରକାର। ଯାହା ଖାଇବାକୁ ଇଚ୍ଛା ହେଉଛି, ଯାହା କରିବାକୁ ଇଚ୍ଛା ହେଉଛି ତାହା କରୁଛନ୍ତି, ହେଲେ ଏବେ ମଧ୍ୟ ଲୋକେ ଏପରି ସ୍ଥାନରେ ରହୁଛନ୍ତି, ଯେଉଁଠାରେ ଏସବୁ ସବୁଧା ମିଳିବା କଷ୍ଟକର। ରିପୋର୍ଟ ମୁତାବକ, ଆମେରିକାର ଆଲାକ୍ସାରେ ଅବସ୍ଥିତ ପୋର୍ଟ ଏଲ୍‌ସୱର୍ଥ୍‌ର ବାସିନ୍ଦା ୨୫ ବର୍ଷୀୟା ସାଲିନା ଏଲ୍‌ସୱର୍ଥ୍‌ କହିଛନ୍ତି, ଏଠାରେ କିଛି ରାସ୍ତା ନାହିଁ। ସୁପରମାର୍କେଟ୍‌, ହସ୍ପିଟାଲ ଏବଂ ପବ୍‌ ମଧ୍ୟ ନାହିଁ। ସେଠାରେ କେବଳ ୧୮୬ ଜଣ ରହୁଛନ୍ତି। ସାଲିନାଙ୍କ ପୂର୍ବପୁରୁଷଙ୍କ ଲେକ୍‌ କ୍ଲର୍କ ନାମକ ଏକ ରେଷ୍ଟୁରାଣ୍ଟ ରହିଛି। ଯେଉଁଠାକୁ ଅନେକ ଟୁରିଷ୍ଟ ଆସନ୍ତି। ଏଠାକୁ ଟୁରିଷ୍ଟ ଆସିଲେ ସମସ୍ତଙ୍କ ସଂଖ୍ୟା ୪୦୦ ଛୁଏଁ। ଏଠାରେ ସେ ସ୍ବାମୀ ଜାରେଡ୍‌ ରିଚାର୍ଡସନ୍‌ଙ୍କ ସହ ରୁହନ୍ତି। ଯିଏ ଜଣେ ଫିସିଂ ଗାଇଡ୍‌। ତାଙ୍କୁ ଯଦି କିଛି କିଣିବାକୁ ହୁଏ, ତେବେ ସେ ବିମାନ ସାହାଯ୍ୟରେ ୨୦୦ ମାଇଲ ପର୍ଯ୍ୟନ୍ତ ଯାଇଥାନ୍ତି। ଏହି ଜାଗା ଅତ୍ୟନ୍ତ ସୁନ୍ଦର ହୋଇଥିଲେ ମଧ୍ୟ ରହିବା କଷ୍ଟକର ହୋଇଥାଏ। ଏଠାରେ କେବଳ ଛୋଟ ବିମାନ ହିଁ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହୋଇଥାଏ। ଏହି ଗଁାରେ କେବଳ ଏକ ଛୋଟ କ୍ଲିନିକ୍‌ ରହିଛି। ଯେଉଁଠାରେ ଛୁଅଁାଙ୍କ ଜନ୍ମ କରାଯାଇଥାଏ।

Share