ଭୁବନେଶ୍ୱର,୧୭।୭(ବ୍ୟୁରୋ): କୋଭିଡ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମଙ୍କ ପରିବାର ପାଇଁ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏ ଏହି ଭତ୍ତା ମିଳିବ। ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭,୫୦୦ ଟଙ୍କା ଏବଂ ମୃତ ଆଶା କର୍ମୀ ନିକଟ ସମ୍ପର୍କୀୟଙ୍କୁ ମିଳିବ ୫,୦୦୦ ଟଙ୍କା ମିଳିବ। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଥିବା ଶୁକ୍ରବାର ସୂଚନା ମିଳିଛି।