ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଭୁବନେଶ୍ୱର,୨୯।୫: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ସମୟରେ ଦୀର୍ଘ ସମୟ ଧରି ଅଟକି ରହିଲା ଆମ୍ବୁଲାନ୍ସ। ଏହି ଘଟଣା ବାଲେଶ୍ୱର ଜିଲାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ଚାଲିଥିବା ବେଳେ ଅନେକ ସମୟ ଧରି ୧୦୮ ଆମ୍ବୁଲାନ୍ସ ଭିଡ ଭିତରେ ଫସି ରହିଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀ ଓ ତାଙ୍କ ସମ୍ପକୀୟ ଥିଲେ।

ଆମ୍ବୁଲାନ୍ସ ସାଇରନ ବାଜି ଚାଲିଥିଲା ହେଲେ କାହାକୁ ଶୁଭୁନଥିଲା। ଦୀର୍ଘସମୟ ଧରି ଆମ୍ବୁଲାନ୍ସଟି ଭିଡ ଭିତରେ ପଶି ରହିଥିବା ବେଳେ ଭିଡ କମିବା ପରେ ଆମ୍ବୁଲାନ୍ସଟି ଯାଇଥିଲା।

Share