କରୋନାରେ ଆଖି ବୁଜିଲେ ଗଞ୍ଜାମର ଜଣେ ଏଏସ୍‌ଆଇ

କୋଦଳା,୨୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ଭଞ୍ଜନଗର କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ରବିନ୍ଦ୍ର ନାଥ ବେହେରା(୫୫)ଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଚାରିଦିନ ପୂର୍ବରୁ ଏଏସ୍‌ଆଇ ଅସୁସ୍ଥ ଅନୁଭବ କରିବାରୁ ସେ ଘରକୁ ଫେରିଥିଲେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରଲୋକେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ନମୂନା ପରୀକ୍ଷଣ ପାଇଁ ଯାଇଥିଲା। ଏହା କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ଡାକ୍ତରଖାନାରେ ଥିବା ବେଳେ ଗଞ୍ଜାମ ଏସ୍‌ପି ପହଞ୍ଚିବା ପରେ ଗାର୍ଡ ଅଫ୍‌ ଅର୍ନର ଦିଆଯାଇ ଅନ୍ତିମ ସତ୍କାର କରାଯିବ ବୋଲି ଜଣାପଡ଼ିଛି।

Share