କରାଚି ଶିପୟାର୍ଡରେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ପହଞ୍ଚିଥିବା ବ୍ୟକ୍ତି ପୋଲିସ ଗୁଳିରେ ନିହତ

କରାଚି,୧୧।୫: ପାକିସ୍ତାନର ବନ୍ଦର ସହର କରାଚିରେ ଏକ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆକ୍ରମଣ କରିବା ଯୋଜନା ପଣ୍ଡ ହୋଇଛି। ଆକ୍ରମଣକାରୀ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆତ୍ମଘାତି ଆକ୍ରମଣ କରିବା ଯୋଜନାରେ ଥିଲେ। ହେଲେ ସୁରକ୍ଷାକର୍ମୀ ତାଙ୍କୁ ନିହତ କରିଛନ୍ତି। ଏହାପରେ ତାଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି।
ଏହା ବୁଧବାରର ଘଟଣା ହୋଇଥିବା ବେଳେ, ସୁରକ୍ଷା ଅଧିକାରୀ ଜାଣି ପାରିଥିଲେ କି ଜଣେ ସନ୍ଦିଗ୍ଧ କରାଚିର ଶିପୟାର୍ଡରେ ଚାଇନା ନାଗରିକଙ୍କ ଉପରେ ଆତ୍ମଘାତି ଆକ୍ରମଣ ଯୋଜନା କରୁଛନ୍ତି। ବରିଷ୍ଠ ପୋଲିସ ଅଧିକ୍ଷକ ହସନ ସରଦାର କହିଥିଲେ କି ସେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି, ଯେକି ପୋର୍ଟ କାସିମରେ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ଯୋଜନା କରୁଥିଲେ।

Share