ମେକ୍ସିକୋର ଜୁଆରେଜ ସହରରେ ଥିବା ଜେଲରେ ଆକ୍ରମଣ, ୧୦ ସୁରକ୍ଷାକର୍ମୀଙ୍କ ସହ ୧୪ ମୃତ, ଡଜନରୁ ଅଧିକ କଏଦୀ ଫେରାର

ୱାଶିଂଟନ,୨ ।୧: ମେକ୍ସିକୋର ସୀମାବର୍ତ୍ତି ସହର ଜୁଆରେଜର ଏକ ଜେଲରେ କେତେଜଣ ଆକ୍ରମଣକାରୀ ଗୁଳି କରିଛନ୍ତି । ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୩ ଜଣ ଆହତ ହୋଇଥିବା ବେଳେ ଅତିକମରେ ୨୪ ଜଣ କଏଦୀ ଫେରାର ହୋଇଯାଇଛନ୍ତି ।

ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଆକ୍ରମଣ କିଏ କରିଛନ୍ତିପୋଲିସ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଆକ୍ରମଣକାରୀ ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟାରେ ଏକ ଗାଡିରେ ଜେଲରେ ପହଞ୍ଚିଥିଲେ ଓ ଆଖିବୁଜା ଗୁଳି ଚାଳନା କରିଥିଲେ ।

Share