Posted inଫୁରସତ

ଡେଟିଂ ଆପ୍‌ରେ ମିଳିଥିବା ପ୍ରେମିକଙ୍କ ପାଇଁ ଘର, ଚାକିରି ଛାଡିଲେ ଏହି ସୁନ୍ଦରୀ: ଶେଷରେ ଘଟିଲା ଏମିତି…

ଅଷ୍ଟ୍ରେଲିଆର ୨୭ ବର୍ଷିୟା ଷ୍ଟେଫନି ଗୋର୍ଟନ ଡେଟିଂ ଆପ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଷ୍ଟେଫନି ନିଜ ଚାକରି ଏବଂ ଘର ମଧ୍ୟ ଛାଡିବାକୁ ପଛାଇଲେ ନାହିଁ। କିନ୍ତୁ ପରେ ଯାହା ଘଟିଲା ଷ୍ଟେଫିନ ଲଜ୍ଜାରେ କାହାକୁ ମୁହଁ ଦେଖାଇପାରିଲେ ନାହିଁ।
ଷ୍ଟେଫନି ତାଙ୍କର ଏହି ବ୍ୟକ୍ତିଙ୍କୁ ଟିଣ୍ଡର ଆପ୍‌ ମାଧ୍ୟମରେ ଭେଟିଥିଲେ। ଖୁବ୍‌ କମ୍‌ ସମୟ ଭିତରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଉଭୟ ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନସିପ୍‌ରେ ରହିବାକୁ ଲାଗିଲେ। ସ୍କଟଲାଣ୍ଡରେ ଏକ ଘର ତିଆରି କରିବାକୁ ସେମାନେ ନିଷ୍ପତ୍ତି ନେଲେ। ଇତିମଧ୍ୟରେ ଷ୍ଟେଫନି ନିଜ ଚାକିରି ମଧ୍ୟ ଛାଡିଦେଲେ। ଉକ୍ତ ପ୍ରେମିକଙ୍କୁ ବିବାହ କରିବା, ପିଲାମାନଙ୍କ ନାମ ଆଦି ବିଷୟରେ ସେ ସମସ୍ତ ଯୋଜନା କରିସାରିଥିଲେ। ହେଲେ ସ୍କଟଲାଣ୍ଡ ଯିବା ପୂର୍ବରୁ ସବୁକିଛି ଠିକ୍‌ ନ ଥିବା ଷ୍ଟେଫନି ଅନୁଭବ କଲେ। ସବୁକିଛି ଠିକ୍‌ ଚାଲିଥିବା ବେଳେ ପ୍ରେମିକ କିନ୍ତୁ ତାଙ୍କୁ ସ୍କଟଲାଣ୍ଡ ଯିବାକୁ ମନାକରିକଲେ। ଆର୍ଥୀକ ସ୍ଥିତି ଭଲ ନାହିଁ, ତେଣୁ ତୁମର ଦେଖାଶୁଣା କରିପାରିବି ନାହି ବୋଲି ସେ କହିଥିଲେ।

ଏହା ପରେ ଷ୍ଟେଫନି ପ୍ରେମିକଙ୍କ ବିଷୟରେ ସବୁକଥା ଜାଣିବା ପାଇଁ ଚେଷ୍ଟା କଲେ। ଶେଷରେ ସେ ସବୁ ସତକଥା ଜାଣିପାରିଲେ। ଉକ୍ତ ପ୍ରେମିକ ଦକ୍ଷିଣ ଆମେରିକାର ଜଣେ ଝିଅଙ୍କ ସହ ସମୟ ବିତାଉଛନ୍ତି। ସେ ସସ୍ତଙ୍କୁ ଏହିପରି ମିଛ କଥା କହି ପ୍ରେମ ଜାଲରେ ଫସାଇଥାନ୍ତି। କିଛି ଦିନ ଝିଅମାନଙ୍କ ସହ ସମୟ ବିତାଇବା ପରେ ତାଙ୍କୁ ଛାଡିଦେଇଥାନ୍ତି। ସବୁକିଛି ଜାଣିବା ପରେ ଷ୍ଟଫିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରେମିକଙ୍କ ସହ ସେ ସବୁ ସମ୍ପର୍କ ସମାପ୍ତ କଲେ। ପରେ ଛାଡିଥିବା ଚାକିରିକୁ ଫେରିପାଇଲେ। କିନ୍ତୁ ଏଥିପାଇଁ ତାଙ୍କୁ ଲଜ୍ଜା ଅନୁଭବ କରିବାପୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri