ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର

ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସରଯୂ ନଦୀ ତଟରେ ସ୍ଥିତ ଅଯୋଧ୍ୟା ପରେ ଆଉ ଏକ ଦ୍ୱିତୀୟ ଅଯୋଧ୍ୟା ଦେଶରେ ରହିଛି। ଯେଉଁଠାରେ ଶ୍ରୀରାମ ନୁହନ୍ତି ରାମଙ୍କ ବଂଶଧର ପୂଜା ପାଉଛନ୍ତି। ଏହା ମଧ୍ୟ ଏକ ପ୍ରକାର ତୀର୍ଥକ୍ଷେତ୍ର ଭାବେ ଜଣାଶୁଣା। ଯାହା ଏବେ ଲୁକ୍କାୟିତବସ୍ଥାରେ ଅଛି।
ସ୍ଥାନଟି ହେଉଛି ବିହାରର ବେଗୁସରାଇ। ବେଗୁସରାଇର ଗଙ୍ଗା ନଦୀ କୂଳରେ ଦେଶର ଏହି ଦ୍ୱିତୀୟ ଅଯୋଧ୍ୟା ରହିଛି। ଏହି ଅଯୋଧ୍ୟା ଗାଁର ମହତ୍ତ୍ୱ କେଉଁ ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ଠାରୁ କମ୍‌ ନୁହେଁ। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଛୋଟ ଗାଁର ଲୋକ ମଧ୍ୟ ଏନେଇ ଜୋରସୋରରେ ଉତ୍ସବ ପାଳନରେ ଲାଗି ପଡିଛନ୍ତି।
ତେବେ ଗାଁର ନାମକରଣକୁ ନେଇ ଲୋକଙ୍କର ଅଲଗା ଅଲଗା ମତ ରହିଛି। ଗାଁର ଗୁରୁଜନମାନେ କହିଛନ୍ତି ଯେ, ଗଙ୍ଗା ନଦୀ କୁଳରେ ଏହି ଗାଁ ଥିବାରୁ ବହୁ ସାଧୁସନ୍ଥ ଜଳମାର୍ଗଦେଇ ଯାତାୟତ କରୁଥିଲେ ା ମୋଗଲ ଶାସନ ସମୟରେ ମିର୍ଜା ଓ ପେଗାମ୍ବର ନାମକ ଦୁଇ ଭାଇଙ୍କ ମଧ୍ୟରେ ବଚସା ଯୋଗୁଁ ଗାଁ ଭାଗଭାଗ ହୋଇଯାଇଥିଲା। ପରେ ଏହାର ନାଁ ଅଧ୍ୟା ରଖାଯାଇଥିଲା। ପୁଣି ପରେ ନାମ ପରିବର୍ତ୍ତନ ହୋଇ ଅଜ ନାଁ ନାମିତ ହେଲା।
ଭଗବାନ ଶ୍ରୀରାମଙ୍କ ପିତାମହ ଅଜଙ୍କ ନାମନୁସାରେ ଗାଁକୁ ଅଜଧ୍ୟା କୁହାଯାଉଥିଲା। ଏଠାରେ ଅଜଙ୍କୁ ଖୁବ୍‌ ମାନିବା ସହ ଇଷ୍ଟ ଦେବତା ଭାବେ ପୂଜାର୍ଚ୍ଚନା କରାଯାଏ। ଯାହା ଏବେ ଯାଏଁ ପ୍ରଚଳିତ। ଇଂରେଜ ଶାସନ ସମୟରେ ଅଯୋଧ୍ୟାରୁ ଫେରୁଥିବା ସାଧୁ-ସନ୍ଥଙ୍କ ଗୋଷ୍ଠୀ ଆସି ଏହି ଗାଁରେ ରହିଥିଲେ। ଯେତେବେଳେ ସେମାନେ ଗାଁର ନାଁ ଅଜଧ୍ୟା ବୋଲି ଗାଁ ଲୋକଙ୍କ ଠାରୁ ଶୁଣିବାକୁ ପାଇଲେ ସେମାନେ ନାମ ପରିବର୍ତ୍ତନ କରି ଏହାକୁ ଅଯୋଧ୍ୟା କରିଦେଇଥିଲେ।
ସନ୍ଥଙ୍କନୁସାରେ, ୟୁପିର ସରଯୂ ନଦୀ କୂଳରେ ଥିବା ରାମଲଲାଙ୍କ ଅଯୋଧ୍ୟା ପରି ବିହାରର ଗଙ୍ଗା କୂଳରେ ଥିବା ଏହି ଗାଁର ନାଁ ମଧ୍ୟ ଅଯୋଧ୍ୟା ରହିବା ଉଚିତ୍‌। ଯେଉଁଠି ଖୋଦ୍‌ ଶ୍ରୀରାମଙ୍କ ବଂଶଧର ପୂଜା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri