Posted inଫୁରସତ

ଚଷମା ନୁହେଁ ଇ-ବୁକ୍‌ ରିଡର୍‌

ଆଜିକାର ଡିଜିଟାଲ ଯୁଗରେ ବହି, ଖବର କାଗଜ, ପତ୍ରପତ୍ରିକାକୁ ହାତରେ ଧରି ପଢିବା ଲୋକଙ୍କ ସଂଖ୍ୟା କମିଗଲାଣି। ମୋବାଇଲ୍‌ ଅଛି ତ ଇଣ୍ଟରନେଟ୍‌ ମାଧ୍ୟମରେ ବିଭିନ୍ନ ଆପ୍‌ ଜରିଆରେ ତଥା ଇ-ବୁକ ମାଧ୍ୟମରେ ଏସବୁକୁ ପଢାଯାଉଛି। ଧୀରେ ଧୀରେ ବଢି ଚାଲିଥିବା ଏହି ଟ୍ରେଣ୍ଡକୁ ନଜରରେ ରଖି ଆସିଛି ଏମତି ଏକ ଇ-ବୁକ୍‌ ରିଡ଼ର୍‌ ଯାହା ଇ-ବୁକ୍‌ ପଢିବା ସହଜ କରିଦେବ। ଏହା ଦେଖିବାକୁ ପୁରାପୁରି ଏକ ସନ୍‌ଗ୍ଲାସ୍‌ ପରି। ଏସ୍‌ଓଏଲ୍‌ ନାମକ ଉକ୍ତ ଇ-ବୁକ୍‌ ରିଡର୍‌ଟି ଭିଆର୍‌ ହେଡସେଟ୍‌ ପରି। ଉକ୍ତ ଗ୍ୟାଜେଟ୍‌କୁ ହ୍ୟାଣ୍ଡସ୍‌ ଫ୍ରି ରିଡର୍‌ ଭାବେ ଡିଜାଇନ୍‌ କରାଯାଇଛି। ଏହାକୁ ଚଷମା ପରି ଆଖିରେ ପିନ୍ଧି ଇ-ବୁକ୍‌ ପଢିହେବ। ଏହାର ଓଜନ ମାତ୍ର ୧୦୦ ଗ୍ରାମ ଓ ବହୁତ ଆରାମଦାୟକ। ଏହାକୁ ପିନ୍ଧି ଶୋଇ, ବସି ଯେକୌଣସି ପ୍ରକାରରେ ଇ-ବୁକ୍‌ ପଢିହେବ। ଏଥିରେ ଡାଇଓପ୍ଟର ଆଡଜଷ୍ଟମେଣ୍ଟ ସିଷ୍ଟମ ବି ଅଛି। ତେଣୁ ଯେଉଁମାନେ ଲେନ୍ସ ବ୍ୟବହାର କରୁଛନ୍ତି ଅବା ପାଓ୍ବାର ଚଷମା ଲଗାଉଛନ୍ତି ସେମାନଙ୍କ ଆଖି ପାଓ୍ବାର ଅନୁଯାୟୀ ତାହା ଆଡଜଷ୍ଟ ହେବ। ତା’ଛଡା ଏହାକୁ ଏଭଳି ଡିଜାଇନ୍‌ କରାଯାଇଛି ଯେ, ଏହାକୁ ପିନ୍ଧିଲେ ଆଖପାଖର ଅନ୍ୟ କିଛି ଦେଖି ହେବ ନାହିଁ। ଯଦ୍ୱାରା ପଢୁଥିବା ବ୍ୟକ୍ତି ଅନ୍ୟମନସ୍କ ନ ହୋଇ କେବଳ ପଢା ପ୍ରତି ଧ୍ୟାନ କେନ୍ଦ୍ରିତ ରଖିବେ। ଇ-ବୁକ୍‌ ବ୍ଲାକ୍‌ ବ୍ୟାକ୍‌ ଗ୍ରାଉଣ୍ଡରେ ଦେଖାଯିବ। ଯଦ୍ୱାରା ପଢିବା ସହଜ ହେବ। ତେବେ ପୃଷ୍ଠା ଲେଉଟାଇବା ଲାଗି ରିମୋଟ୍‌ ପରି ବଟନ୍‌କୁ ବ୍ୟବହାର କରିବାକୁ ହେବ। ଏଥିରେ ଏକ ବିଲ୍ଟ ଇନ୍‌ ବ୍ୟାଟେରୀ ଅଛି, ଯାହାକୁ ଥରେ ଚାର୍ଜ କଲେ ୩୦ ଘଣ୍ଟା ପଢିହେବ। ଏହାର ଷ୍ଟୋରେଜ୍‌ ଲିମିଟ ୬୪ ଏମ୍‌ବି। ତେବେ ଏହା ମୋବାଇଲ୍‌ ଆଇଓଏସ୍‌ ଅବା ଆଣ୍ଡ୍ରୋଏଡ ଆପ୍‌ ସହ କନେକ୍ଟେଡ ଥାଏ। ତେଣୁ ଏଥିରେ ଇ-ବୁକ ଷ୍ଟୋର କରିବା ଜରୁରୀ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri