Categories: ଜାତୀୟ

ପୁଣି ଥରିଲା ଆସାମ

ଦିସ୍‌ପୁର,୩୦।୫: ପୁଣି ଥରିଛି ଆସାମ। ରବିବାର ଅପରାହ୍ନରେ ଆସାମର ସୋନିତପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା ଦେଇଛି। ତେବେ ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଗତ ମେ ୧୯ରେ ମଧ୍ୟ ଆସାମରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Share