Categories: ଜାତୀୟ

ଥରିଲା ଭାରତ-ମିଆଁମାର ସୀମା

ନୂଆଦିଲ୍ଲୀ,୨୬।୧୧: ଭାରତ-ମିଆଁମାର ସୀମାରେ ଶୁକ୍ରବାର ଭୂକମ୍ପ ଅନୁମଭୂତ ହୋଇଛି। ସକାଳ ପ୍ରାୟ ୫.୩୦ରେ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳର ୧୭୫ କିଲୋମିଟର ପୂର୍ବରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ବୋଲି ଜଣାପଡିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ୫.୧୫ରେ ମିଜୋରାମର ତାଜାୱାଲର ୭୩ କିଲୋମିଟର ଦକ୍ଷିଣ-ପୂର୍ବରେ ୬.୧ ତୀବ୍ରତାର ଏକ ଭୂକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହା ନିଶ୍ଚିତ ହୋଇଛି।

Share